ରାତ୍ରି ର ରୂପସୀ ରାଣୀ
ରାତ୍ରି ର ରୂପସୀ ରାଣୀ

1 min

55
କିଏ କହେ ତୁମେ ନୁହେଁ ତ ରୂପସୀ ତୁମେ ତ ତମସା ରାଣୀ,
ତୁମରି ଗୁଣରେ ଭରିଯାଏ ମନ ବିଷାଦ ପାରେନା ଆଣି ।
ରୂପ ଦେଖି ମନ ପାଗଳ କାହିଁକି ପାରେନାହିଁ ଗୁଣ ଚିହ୍ନି ,
ଗୁଣର ମହିମା ରୂପଠାରୁ ବଡ ମନ ହୋଇଯାଏ କିଣି ।
ଦିବସରେ ଯେବେ ଆସିଯାଏ କ୍ଳାନ୍ତି ନିଅ ତୁମେ କୋଳ କରି,
ଅବସାଦ ଭରା ବିଷର୍ଣ୍ଣ ମୁଖରେ ଦେଉଥାଅ ହସଭରି ।
ତୁମରି ଗୁଣରେ ବଶୀଭୂତ ହୋଇ ଦିବସ କୁ ପର କଲି ,
କାଳିମା ତୁମର ଶତଗୁଣେ ଭଲ ଦିବସ ନୁହେଁ ତା ସରି ।
ଅସୀମ ସାଗର ମନରେ ତୁମର ସବୁ ଗ୍ଳାନି ଯାଏ ଧୋଇ ,
ଆକାଶ ଠୁଁ ବଡ ହୃଦୟରେ ତୁମ ରଖ ସ୍ଥାନ ମୋର ପାଇଁ ।