ସେହି ରାଖୀ ପୂର୍ଣ୍ଣମା ର ଦିନ
ସେହି ରାଖୀ ପୂର୍ଣ୍ଣମା ର ଦିନ
ମନେ ପଡେ ଆଜି ସେହି ଦିନ,
ସେହି ରାଖୀ ପୂର୍ଣ୍ଣମୀର ଦିନ ।
ଯାହା ଥିଲା ଆନନ୍ଦ ଉଲ୍ଲାସ ରେ ଭରା,
ଆଉ ଘର ଥିଲା କୋଳାହଳପୂର୍ଣ୍ଣ ।
ଆଜି କିନ୍ତୁ ପୂର୍ଣ୍ଣମୀ ର ଜହ୍ନ .....
ହୋଇଯାଏ ଅପୂର୍ଣ୍ଣ ର ଦିନ ।
ସବୁ ଖାପଛଡା ଭିତରେ ମନଟା ହୋଇଯାଏ ବିବର୍ଣ୍ଣ ।
କିସମ୍ କିସମ୍ ମିଠାରେ ଭରାଇ ତୁମ ଥଳି
ଆଉ ରାଖୀ ଟିଏ ଧରି ଦଉଡ଼ି ଆସୁଥିଲ ତୁମେ,
ସେହି ଆବେଗମୟ ମୁହୁର୍ତ୍ତରେ ଆଉ ସ୍ନେହ ମମତାର ଡୋରିରେ ବାନ୍ଧି ହୋଇ ତୁମେ ଆସୁଥିଲେ ସତେ !
ଖାଇବାରେ ନଥିଲା ତ ଆଗ୍ରହ ତୁମର ,
ପୁଣି କିଛି ପାଇବାର ଇଛା ମଧ୍ୟ ନଥାଏ |
କିନ୍ତୁ ତୁମେ ଆସୁଥିଲ
ପ୍ରତିବର୍ଷ.....
ଆଉ ରାଖୀଟିକୁ ବାନ୍ଧି ଭାଇଙ୍କ ହାତରେ ଫେରିଯାଉଥିଲ ଅବିଳମ୍ବେ ଘରକୁ ।
କିଛି ଗୋଟେ ନୂଆ ଢଙ୍ଗରେ ପାଳିବାକୁ ତୁମର ମନଟା ସର୍ବଦା ଆଗେଇଆସେ ।
ନୂଆ ନୂଆ ପ୍ରକାରର ମିଠା ଆଉ ଚକୋଲେଟ
ଖାଇବାର କିଛି ମଜା ଥିଲା ନିଆରା ପିଲାମାନଙ୍କର ।
ସବୁ ଦୁର୍ଦ୍ଧିନରେ ଆସି ଠିଆ ହଉଥିଲ ,
ସହାୟତା ର ହାତ ହିଁ ବଢାଇ ଦଉଥିଲ ।
ଆକାଶରୁ ଆହୁରି ବିଶାଳ ତୁମ ହୃଦୟ,
କୌଣସି ଉପହାର କୁ ଅପେକ୍ଷା ନକରି ଫେରୁଥିଲ ଘରକୁ ।
ନିଜ ଭଉଣୀ ଠୁଁ ବଳି ଲାଗୁଥିଲ ଅଧିକ ଆପଣାର,
ତୁମକୁ କରୁ କୋଟି ନମଷ୍କାର ।
ଭୁଲି ହେଉନି ତୁମକୁ,
ତୁମେ ସେହି ଲିଲି ନାନୀ ପିଲାମାନଙ୍କର...............।