STORYMIRROR

Sabitri Mohapatra

Abstract Romance Others

3  

Sabitri Mohapatra

Abstract Romance Others

କଥା ତ ସରେନା

କଥା ତ ସରେନା

1 min
223

 ତୁମ ସାଥେ କଥା ହୋଇ 

କଥା ତ ସରେନା,

ତୁମ ସାଙ୍ଗେ ବାଟ ଚାଲି 

ବାଟ ହୁଏ ବଣା।

ତୁମକୁ ଦେଖିଲେ ଯେତେ 

ଦେଖିବାକୁ ଆଉ ଇଚ୍ଛା ହୁଏ, 

ତୁମକୁ ଛାଡି ଆସିଲେ

ଫେରିବାକୁ ମନ ଡାକଦିଏ।

ତୁମର ସେ ଢଳ ଢଳ 

ଆଖିରେ ମୁଁ ଦେଖେ

କେତେ ଯେ ସପନ,

ତୁମର ସେ ଅବୁଝା 

ମନରେ ପାଏ

କେତେ ପ୍ରଶ୍ନବାଚୀ ଚିହ୍ନ।

ତୁମ ଠାରୁ ପାଏ ମୁହଁ 

ବଞ୍ଚିବାର ଆହ୍ବାନ, 

ତୁମେ ପରା ମା'ର

ପଣତ କାନି

ଯହିଁ ହୋଇଯିବି ବିଲୀନ।

ସଙ୍ଗୀତର ମୂର୍ଚ୍ଛନାରେ

ମଜ୍ଜିଯାଏ ମୁଁ 

ତୁମକୁ ପାଖରେ ଦେଖି, 

ଏ ମନରେ କେତେ

ଉଦବେଳନ ଆସି ଠିଆହୁଏ

ଫଣା ଟେକି ।

ତୁମ୍ଭେ ସେହି ସଦିଅ

ସଙ୍ଗୀତ ର ମୂର୍ଚ୍ଛନା ରେ

ମଜ୍ଜିଯାଏ ମୁଁ 

ତୁମକୁ ପାଖରେ ଦେଖି, 

ଏ ମନରେ କେତେ  

ଉଦବେଳନ ଆସି 

ଠିଆହୁଏ ଫଣାଟେକି।

ତୁମ୍ଭେ ସେହି ସଜଫୁଟା

ଗୋଲାପର ଫୁଲ,

ଫୁଟିଥାଉ ମୋ ମନ ବଗିଚାରେ

ମହକାଉ ମୋତେ ରାତି ଦିନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract