Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sabitri Mohapatra

Others

2.6  

Sabitri Mohapatra

Others

ଏକ ଅକୁହା ମନର କାହାଣୀ

ଏକ ଅକୁହା ମନର କାହାଣୀ

1 min
59


ଅସୁମାରି ସୁଖ,ଅସରନ୍ତି ଆଶା ଆଉ ରଙ୍ଗୀନ ସ୍ଵପ୍ନକୁ ଆଖିରେ ରଖି 

ସାଜିଥିଲା ସେ ତାଙ୍କ ସହଧର୍ମିଣୀ । 


ଧରିଥିଲା ଯାର ହାତ,ସେ ଥିଲେ ଅଚଳାଚଳ ସଂପତ୍ତିର ମାଲିକ, 

ହୋଇଥିଲା ତାଙ୍କ ଅର୍ଦ୍ଧାଙ୍ଗିନୀ । 


ମାତ୍ର ସୁଖ ବଦଳରେ ପାଇଥିଲା ସେ ଅନେକ ଯନ୍ତ୍ରଣା, 

ଯାହାକୁ ଲୁଚାଇରଖି ସାଜିଥିଲା ସେ ତାଙ୍କ ପ୍ରଣୟିନୀ ।


ଆଉ ଅନେକ ଦୁଃଖକୁ ଚାପି ରଖି ଅଙ୍ଗେ ନିଭେଇଥିଲା ସେହି ମୃତାହତ କାହାଣୀ । 


ସମସ୍ତ ସଂପଦରେ ଭରପୁର ସେହି ପ୍ରାସାଦରେ ନଥିଲା କେବଳ 

ସ୍ୱାମୀର ସ୍ନେହ ବୋଳା କଥା ପଦକ ।  


ନଥିଲା ପୁଣି ପ୍ରେମର ଝଲକ ପୁଣି ଦେଖି ନାହିଁ ଦିନେ ଅନ୍ତରଖୋଲା ହସ ଟିକକ ।


ମାତ୍ର ! ପ୍ରତି ବଦଳରେ ହୃଦୟର ସମସ୍ତ ପ୍ରେମକୁ ଢାଳିଥିଲା ତାଙ୍କରି ପୟରେ, ହୃଦୟର ସମସ୍ତ ସ୍ନେହକୁ ଅର୍ପି ଥିଲା ତାଙ୍କରି ପାଖରେ । 


ମାତ୍ର ଜୀବନଟା ହୋଇ ଉଠିଥିଲା ହା ହା କାର ।

ତଥାପି ସେ ଲୁଚାଇ ରଖିଥିଲା , ସ୍ୱାମୀର ସେହି ନିର୍ଯ୍ୟାତନାଭରା କାହାଣୀ ଟିକକ ।


କାରଣ ସେ ଥିଲା ସେହି ଭାରତୀୟ ନାରୀର ନିର୍ଦ୍ଦଶକ ।



Rate this content
Log in