ବଞ୍ଚିବାର ମୋହ
ବଞ୍ଚିବାର ମୋହ
ସବୁ ସଂପଦ କୁ ତୁଚ୍ଛ ମଣିଥିଲି ତୁମରି ହାତକୁ ଧରି,
ଶୂନ୍ୟ ଆଉ ଶୂନ୍ୟ ମହାଶୂନ୍ୟ ତାକୁ ନିଜେ ଆଲିଙ୍ଗନ କରି ।
ସୁଖରେ ଦୁଃଖରେ ସାଥି ହୋଇଥିଲି ଭାଂଗି ପଡିନାହିଁ ମନେ ,
ସୁଖରେ ହୋଇନି ଆତ୍ମହରା କେଭେଁ ଦୁଃଖରେ ହାରିନି ଦିନେ ।
ବିତିଗଲା ପୁଣି ଅନେକ ବରଷ ତୁମରି ମୁହଁ କୁ ଚାହିଁ ,
କେତେ ଝଡଝଞ୍ଜା ଆସିଛି ଜୀବନେ ନୀରବେ ଯାଇଛି ସହି ।
ଲାଭ ନାହିଁ କିଛି ପୃଷ୍ଠା ଉନ୍ମୋଚନେ ସ୍ମୃତି କେତେ ମନେ ଆସେ ,
ଭାବି ବସିଲେ ସେ ପ୍ରହେଳିକା ଲାଗେ ପ୍ରତିକ୍ଷଣେ ଭାଷିଆସେ।
ମନ ଚାହେଁ ଆଜି ଶୁଣିବି ତୁମଠୁ କେଇପଦ ମିଠା କଥା,
ବଢିଯିବ ମୋର ବଂଚିବାର ମୋହ ମନେ ରହିବ ନି ଆବିଳତା ।