STORYMIRROR

Ramakanta Das

Abstract Inspirational

3  

Ramakanta Das

Abstract Inspirational

ଜୀବନର ମୋଡ଼

ଜୀବନର ମୋଡ଼

1 min
131


ଏ ଜୀବନ ପଥେ କେବେ ପଡେ କଣ୍ଟା

କେବେ ବିଞ୍ଚି ହୁଏ କୁସୁମ

କେବେ ଛୁଇଁଯାଏ ଫଗୁଣର ମହକ

ଏ ଜୀବନର ମାନେ ବୁଝିଲା ବେଳକୁ

ସାରିଯାଏ ସବୁ ଆୟୁଷ

ଶେଷରେ ଶ୍ମଶାନ ଭୁଇଁରେ ମରିଯାଏ ସବୁ ଆଶା

ବାକି ରହିଯାଏ କେବଳ ଦି ମୁଠା ପାଉଁଶ ।।

ଏ ଅସମାହିତ ଜୀବନରେ

ଘାତ, ପ୍ରତିଘାତ ଅନେକ

ଯାତନା ଜାଲରେ ଛନ୍ଦି ହୋଇ ମରେ ସବୁଦିନ

ଚାହିଁଲେ ବି ମୁକୁଳି ପାରେନାହିଁ

ନୟନରୁ ଅଶ୍ରୁ ନିଗାଡ଼ି

ସବୁଦିନ ଜୀବନ ସହିତ ସଂଘର୍ଷ କରେ ।।

ହେ ଜୀବନ ତୁମେ କେତେ ଦୂରେ ଅଛ ?

କେତେ ରାତି କେତେ ଦିନ ବିତିଗଲା

ନଈ ସ୍ରୋତ ପରି ଏ ଜୀବନରେ

ହେଲେ ଆଜି ବି ମୁଁ ଅସହାୟ

ଆଜି ବି ମୁଁ ନିରୁପାୟ

ଏ ଜୀବନ ଦୁଆରେ ଝଡ଼ ଉଠେ

ଦୈନିକ ହୁଏ ଭୂମିକମ୍ପ ।।

ହଜାରେ ଟୋପା ଟୋପା ଲୁହ ମୋର

ନଈ ପରି ବହିଯାଏ

ଛଳନା ଫାସରେ ମତେ ବାନ୍ଧିଦେଇ

ବହୁତ କଷ୍ଟ ଦିଏ

ନିରଶା ନୀରବ ପବନେ

ଉଡିଯାଏ ମୋର ସବୁ ଆଶା

ସବୁ ସ୍ବପ୍ନ ଓ ଆଶା ଭାଙ୍ଗିଯିବା ପୂର୍ବରୁ

ଆଖି ସାମ୍ନାରେ ପଳପଳ ଦୁଃଖ

ଅଗଣିତ ଶୂନ୍ୟତା

ଲୁହ ହୋଇ ବହିଯାଏ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract