STORYMIRROR

Ramakanta Das

Classics Inspirational

3  

Ramakanta Das

Classics Inspirational

ରାକ୍ଷୀ

ରାକ୍ଷୀ

1 min
156


ସେନେହର ସୂତାଟିଏ ସରାଗର ଡୋରି

ଭାଇ ହାତେ ଭଉଣୀର ବିଶ୍ୱାସର ଡୋରି ।।

ଭାଇ ଭଉଣୀଙ୍କ ସମ୍ପର୍କର ମୂକସାକ୍ଷୀ

ଅସୀମ ସ୍ନେହର ପ୍ରତୀକ ଅଟଇ ରାକ୍ଷୀ ।।

ସ୍ନେହ ମମତାର ଏକ ପବିତ୍ର ବନ୍ଧନ

ଭାଇ- ଭଉଣୀଙ୍କ ସମ୍ପର୍କକୁ ରଖଇ ଅକ୍ଷୁର୍ଣ୍ଣ ।।

ଚନ୍ଦନ, ସିନ୍ଦୂର ଭାଇ ମସ୍ତକେ ଲଗାଇ

ଭାଇ ହାତେ ଭଉଣୀ ରାକ୍ଷୀ ଯେ ବନ୍ଧାଇ ।।

ରାକ୍ଷୀ ବାନ୍ଧି ଭାଇର ଶୁଭ ସେ ମନାସେ

ପାର୍ଥନା କରଇ ନିତି ପ୍ରଭୁଙ୍କର ପାଶେ ।।

ପାଉଣା ବଦଳେ ମାଗେ ଟିକିଏ ସୁରକ୍ଷା

ବିପଦେ ଆପଦେ କରିବା ପାଇଁ ରକ୍ଷା ।।

ଭାଇ ପାଇଁ ରାକ୍ଷୀ ଅମୂଲ୍ୟ ଅଳଙ୍କାର

ଭଉଣୀ ପାଇଁ କବଚଟିଏ ସୁରକ୍ଷାର ।।

ସୂତା ନୁହେ ସେତ ସ୍ନେହର ବନ୍ଧନ

ଅତୁଟ ରଖେ ସମ୍ପର୍କ ସାରା ଜୀବନ ।।

ରାକ୍ଷୀ ସୂତ୍ରଟିଏ ଅଛିଣ୍ଡା ବନ୍ଧନର

ରାକ୍ଷୀ ସୂତ୍ରଟିଏ ଅତୁଟ ବିଶ୍ୱାସର ।।

ରାକ୍ଷୀ ଏକ ଅନନ୍ତ ବନ୍ଧନ ଏ ସୃଷ୍ଟିର

ପ୍ରତୀକ ଅନାବିଳ ସ୍ନେହ ଓ ଶ୍ରଦ୍ଧାର ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics