Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ramakanta Das

Inspirational

4  

Ramakanta Das

Inspirational

ସମ୍ପର୍କ

ସମ୍ପର୍କ

1 min
418



ଏ ସମ୍ପର୍କ ବି କେତେ ବିଚିତ୍ର

କେଡେ ଅଜବ ଶବ୍ଦ ଟିଏ

ଯାହାକୁ ଗଢିବା ପାଇଁ

ମଣିଷ ନିଜର ଅସ୍ତିତ୍ବକୁ ମଧ୍ୟ ହଜାଇ ଦିଏ

ଲାଗିଯାଏ ଅନେକ ସମୟ ,

ସାରିଯାଏ ବାହୁବଳ ,

ତେବେ ଯାଇ ଗଢିଉଠେ ଗୋଟିଏ ସମ୍ପର୍କ ।।


ସମ୍ପର୍କ ଏକ ଅବିଛେଦ୍ୟ ଅଙ୍ଗଟିଏ

ଅସ୍ତିତ୍ବ ନଥାଏ କିଛି ମାନେ ନଥାଏ

କୋଉ ସମ୍ପର୍କରେ ରହିଯାଏ ଅନାବିଳ ବିଶ୍ୱାସ

ଆଉ କୋଉଠି ଅବିଶ୍ୱାସର ଗନ୍ତାଘର ,

ଆସିଥାଏ ବିଭିନ୍ନ ପ୍ରକାର ବାଧା

କୋଉଠି ସେ ସ୍ୱାର୍ଥ ପୁଣି କୋଉଠି ସେ ପରିହାସ

ଦେଇଥାଏ ମନରେ ଶୋକ ଆଉ ସୁଖ ଉଭୟ ।।


ଏ ସମ୍ପର୍କ ବି କେତେ ନିଆରା ପ୍ରୟାସ

ଗଢିଉଠିଥାଏ ଅସୀମ ସମୟ ଓ ପାରିଶ୍ରମରୁ

ହୃଦୟରେ ଭରିଦିଏ ଅନେକ ଆଶା ଓ ଅଭିଳାଷ

କିନ୍ତୁ ଭାଙ୍ଗିଯାଏ ବେଳେବେଳେ କିଛି ଅବୁଝା ମନା

ଓ ଏହାର ଦାୟିତ୍ୱ ତୁଲେଇବାର ହିନତାରୁ ।।


ଏ ସମ୍ପର୍କ ବି ଏକ ଅବୁଝା ଗଣିତ

ଯାହାକୁ ବୁଝିବା ଓ ବୁଝେଇବା ବହୁତ ଜଟିଳ

ଏତେ ଭଲପାଇବା , ଏତେ ଯତ୍ନ ,ଏତେ ସାହାଯ୍ୟ

ସବୁକିଛି ଧୂଳିସାତ୍ ହେଇଯାଏ ଗୋଟିଏ ମୁହୂର୍ତ୍ତରେ

ସମ୍ପର୍କକୁ ମଧୁର ଓ ଚିରସ୍ଥାୟୀ ରଖିବାକୁ ହେଲେ

କେବେ ଅନ୍ଧ , କେବେ ମୁକ ତ କେତେବେଳେ

ବଧିର ହୋଇ ରହିବାକୁ ପଡେ ।।



Rate this content
Log in

Similar oriya poem from Inspirational