STORYMIRROR

Geetanjali Prusty

Inspirational

4  

Geetanjali Prusty

Inspirational

ଜୀବନ ଓ ଶବ୍ଦ

ଜୀବନ ଓ ଶବ୍ଦ

1 min
15


ଆସ ବାରେ ପ୍ରଭୁ ମୋ ମନ ମନ୍ଦିରେ

ଶବ୍ଦ ବ୍ରହ୍ମଟିଏ ହୋଇ

ଚେତନାରେ ମୋର ଆଙ୍କିଦେଇ ଯାଅ

ଶୁଦ୍ଧ ତପୋଵନ ଡେଇଁ ll


ଉନ୍ମିଳିତ ହେଉ ଅଜ୍ଞାନ ତମସା

ଜ୍ଞାନ ଚକ୍ଷୁ କରାଗ୍ରତେ

ଶ୍ୱେତ କାନଭାସରେ ସତେଜ ତୂଳୀରେ

ଲେଖିଯିବି ମୁଁ ଜାଗ୍ରତେ ll


ଅମିୟ ସୁଷମା ଦେବି କି ଉପମା

ତାବାଶିଷ ଯହିଁ ଝରେ

ନିର୍ଝରିଣୀ ସମ ଶବ୍ଦ ପ୍ରବାହରେ

ଉଦବେଳିତ ମଧୁ ସ୍ଵରେ ll


ମୂର୍ଚ୍ଛାୟିତ ହେଉ ଶବ୍ଦର ତରଙ୍ଗ

ଭଳି ଭଳି ସୁବାସରେ

ଆତ୍ମା ପକ୍ଷୀ ମୋର ଉଲ୍ଲସିତ ହେଉ

ପ୍ରତ୍ୟାଶିତ ପ୍ରଣୟରେ ll


ଏତିକି ମାଗୁଣି ପ୍ରଭୁ ପରାତ୍ପର

ଚାହିଁ ଦିଅ ସହାସ୍ୟରେ

ଝରି ପଡୁଥାଉ ଶବ୍ଦ ରେଣୁ ଖାଲି

ମଧୁମୟ ପ୍ରତ୍ୟୁଷରେ ll


ପ୍ରଦୋଷେ ଗୋଧୂଳି ଦେଖ ବନମାଳୀ

ଝୁମି ଝୁମି ଆସ ଚାଲି

ଦିଅ ଦିବ୍ୟ ଜ୍ଞାନ ରଚନା ଉତ୍ତମ

ଘେନ ମୋର ଶ୍ରଦ୍ଧାଞ୍ଜଳି ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational