STORYMIRROR

paramananda tripathy

Inspirational

4  

paramananda tripathy

Inspirational

ସମୟର ଖେଳ

ସମୟର ଖେଳ

1 min
19


ମଣିଷର ଆୟୁ ଶତ ବର୍ଷ ହେଲେ

        ନିଦ୍ରା,ତନ୍ଦ୍ରା, ଆଳସ୍ୟରେ 

ଖେଳ  କସରତ  ପର  ଚିନ୍ତା କରି

         ବୃଥାରେ ସମୟ ସାରେ

          ବିତି ଯାଏ ଅଧା ଆୟୁ

ସମୟର  ସ୍ରୋତେ ବାଦ ବିସମ୍ବାଦେ 

    ଜାଗ୍ରତ ନହୁଏ କେହୁ ।। ୧ ।।

ବାଳକ ବାର୍ଦ୍ଧକ୍ୟେ  ବାକି ଅଧକରୁ

           ଅଧା ବାହିତ ହୁଅଇ

ରୋଗଶୋକ ଦୁଃଖ ହାନି ଲାଭମନ୍ଦେ

          ସମୟଟା ଯାଏ ବହି

       ହେଲେ ଯେତେ ସଚେତନ

କିଂ କର୍ତ୍ତବ୍ୟେ କିମାଚାର ପରିପନ୍ଥୀ

     କାତରେ ହୁଏ ଉଚ୍ଛନ୍ନ ।।୨ ।।

ବାକି ଥିବା ଆୟୁ କାଳର କରାଳେ

           ତଳକୁ ନିଅଇ ଟାଣି

ଜୀବନ ଜୀବିକା  ପଶ୍ଚାତାନୁତାପେ

          ଲାଭ କ୍ଷତି ପରିମାଣି

        ଉଜାଣି ନଦୀର ସ୍ରୋତେ

ସଂସାରର ମାୟା ଜାଲେ ଛନ୍ଦି ହୋଇ

   କାମ ମୋହେ ଅନୁବ୍ରତେ ।।୩ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational