STORYMIRROR

Jashobant Pattanayak

Inspirational

4  

Jashobant Pattanayak

Inspirational

ବିଶ୍ୱପ୍ରେମ

ବିଶ୍ୱପ୍ରେମ

1 min
245

ପ୍ରେମ ହିଁ ଈଶ୍ୱର ପ୍ରେମ ହିଁ ବନ୍ଧନ

ପ୍ରେମ ହିଁ ଅମୀୟଧାର,

ପ୍ରେମ ହିଁ ହୄଦୟ ଜିଣିପାରେ ଏକା

ପର କରେ ଆପଣାର ।।୧।।


ପ୍ରେମ ହିଁ ମୈତ୍ରୀ ପ୍ରେମ ହିଁ ପବିତ୍ର

ପ୍ରେମ ହିଁ ଜୀବନ ମାର୍ଗ,

ପ୍ରେମ ହିଁ ଶାନ୍ତି ପ୍ରେମ ହିଁ ତ ମୋକ୍ଷ

ପ୍ରେମ ହିଁ ଅଟଇ ସ୍ୱର୍ଗ ।।୨।।


ପ୍ରେମରେ ନ ଥାଏ ଜାତି, ଧର୍ମ, ଭାଷା

ବର୍ଣ୍ଣ ଅବା ବିଭିନ୍ନତା,

ପ୍ରେମର ମନ୍ତ୍ର "ସମାନତା" ଏକା

ପ୍ରେମ ଦେଖେ "ଜାତୀୟତା" ।।୩।।


ପ୍ରେମ ଭାଙ୍ଗିପାରେ ସୀମା ପରିସୀମା

ଈର୍ଷାର ଲକ୍ଷ୍ମଣରେଖା,

ଦେଶବିଦେଶର ବିବାଦ ହିଂସା

ଯୁଦ୍ଧର ବିଭୀଷିକା ।।୪।।


ପ୍ରେମେ ଡୁବେ ଯେବେ ଏ ସାରା ବସୁଧା

ଲାଗଇ କୁଟୁମ୍ବସମ,

ପ୍ରେମର ପରିଧି ଖେଳିଖେଳି ଯାଏ

ପାଲଟେ ତ' *ବିଶ୍ୱପ୍ରେମ* ।।୫।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational