STORYMIRROR

Jashobant Pattanayak

Fantasy

3  

Jashobant Pattanayak

Fantasy

ଜୀବନ ଗୀତିକା

ଜୀବନ ଗୀତିକା

1 min
217

ମିଳନ ବିଚ୍ଛେଦ ସୁଖଦୁଃଖ ଭରା

 ଏଇତ ଜୀବନ ଗୀତି

ହସ ଭରିଦିଏ ସୁନେଲି ସପନ

  ଲୁହ କହିଯାଏ 'ଇତି' ।।୧।।


ଯିବା ଆସିବାର ସମୟ ଦୁଆରେ

  ଦିନ ସବୁ ଯାଏ ବିତି

ଇତିହାସର ସେ ଚଉତାଫାଳରେ

  ରହିଯାଏ ଖାଲି ସ୍ମୃତି ।।୨।।


ସଦା ଅତୁଟ ଏ ବନ୍ଧନର ଡୋର

 ସ୍ନେହ, ପ୍ରେମ, ଭାବ,ପ୍ରୀତି

ଅଲିଭା ଏ ଆଭା ଚିର ଦୀପ୍ତିମନ୍ତ

  ମମତାର ସୁଧାବତୀ ।।୩।।


ଆସିଛି ଆଜି ଯେ କାଲି ବାହୁଡ଼ିବ

  ସଂସାରର ଏ ତ' ନୀତି

ଛାଇ ଆଲୁଅର ମିଳନ ରେଖାରେ-

  ଠିଆ ଶୂନ୍ୟତାର ଭୀତି ।।୪।।


ସ୍ୱାଗତ-ବିଦାୟ ଦୁଇଟି ଦୁଆର

 ମଝିରେ କରମ ସାଥୀ

ସେ କରମ ଏକା ଆଣେ ଅମରତ୍ୱ

  ଅସରନ୍ତି ଯଶଖ୍ୟାତି ।।୫।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy