ଭିନ୍ନ ଏକ ବସନ୍ତ
ଭିନ୍ନ ଏକ ବସନ୍ତ
ମେଘ କନ୍ୟା ଆଉ
ବାଦଲ ପୁଅ ।
ଏଇ ପ୍ରସସ୍ଥ ଅଗଣାରେ ଭେଟିଥିଲେ ।
ଆକାଶ ହେଇଥିଲା ରକ୍ତିମ
ନେଳିଆ ଶାଢ଼ୀ ପିଢିଥିଲା ମେଘି
ବାଦଲ ମୁଣ୍ଡରେ ଥିଲା
ସୂର୍ଯ୍ୟର ପଗଡି ।
ଆଲୁଅର ରୋଷଣୀ
ସାଥିରେ ଥିଲେ
ତମାମ ବିହଙ୍ଗ
ବର ଯାତ୍ରୀରେ ।
ଦୁହେଁ ଏକତ୍ର ହେଲେ
ପାହାଡ଼ ସବୁ ମୁଣ୍ଡ ଟେକି ଚାହିଁଲେ
ପବନରେ ହେଉଥିଲା ପୁଷ୍ପ ବୃଷ୍ଟି ।
ସ୍ୱର୍ଗରୁ ଶୁଭୁଥିଲା ମିଳିତ କଣ୍ଠ ସ୍ୱରରେ
ମିଳନ ଗୀତିକା ।
ପୃଥିବୀରୁ ଆସୁଥିଲା
ସ୍ନେହ ସଦିଚ୍ଛା ଆଉ ଶୁଭକାମନା ର
ଅସରନ୍ତି ପୁଷ୍ପଗୁଚ୍ଛ ।;
ଅଗଣିତ ପ୍ରିତିପୁଷ୍ପ ।
