STORYMIRROR

ମିତା ପଟନାୟକ

Abstract

3  

ମିତା ପଟନାୟକ

Abstract

ସ୍ମୃତି ଯେତେବେଳେ ଜୀବାଶ୍ମ ହୁଏ

ସ୍ମୃତି ଯେତେବେଳେ ଜୀବାଶ୍ମ ହୁଏ

1 min
55

ବେଳେ ବେଳେ ଭଲ ଲାଗେ ନିର୍ଜନତା 

ଆଉ ମାପିବାକୁ ରାତିର ଗଭୀରତା 

ଠିକ ସେତିକି ବେଳେ ଓଲଟି ଯାଏ 

ମନରେ ସାଇତା ପୃଷ୍ଟା ଟିଏ, 

ଭୁରୁ ଭୁରୁ ବାସ୍ନାରେ 

ପବନର ମହକରେ 

ଆଖିର ଲୁହରେ 

ମନର କୋହରେ, 

ହୃଦୟର କୋଣରେ, 

ପାପୁଲିର ସୂକ୍ଷ୍ମ ରେଖାରେ 

ସମୟର ଛକରେ 

ଭାବନାର ମୋଡ଼ରେ, 

ଉତ୍ତୀର୍ଣ୍ଣ ବୟସର ସାୟାହ୍ନରେ 

ଦିବସର ଶେଷରେ,


ଆଜି କାଲି ଭିତରେ ଗୁନ୍ଥି ହେଇ 

ଆତଯାତ ହେଉଥିବା 

ନିର୍ବାକ ମୁହୂର୍ତ ସବୁ, 

ଭେଟାଭେଟି ହେଉଥାନ୍ତି 

ଜୀବାଶ୍ମ ପାଲଟି ଥିବା, 

ଅତୀତର ସେ ପୃଷ୍ଠାରେ... 

ଅସଜଡ଼ା ଅଲୋଡ଼ା ଅଣଦେଖା କଥା କେତେଟା 

ମୁହଁ ଉଠେଇ ପରସ୍ପରକୁ 

ଚିଂହା ଚିନ୍ହି ହେଲା ବେଳେ 

ପୁଣି ପଶି ଆସେ ନିର୍ଦୟ ବାସ୍ତବତା... 

ହୁଗୁଳା ସ୍ମୃତି ସବୁ ମୁଠା ମୁଠା 

ରଙ୍ଗ ଅବିର ପିଙ୍ଗୁ ଥାନ୍ତି... 

ହଜିଲା ମହେନ୍ଦ୍ର ବେଳାରେ... 

ଆପେ ଆପେ ଖୋଲି ହେଉଥାଏ 

ହାଲକା ଗୋଲାପୀ ପୃଷ୍ଠା ଟିଏ, 

ଆଉ ସ୍ପଷ୍ଠ ହେଉଥାଏ ଗୋଟିଏ ମୁହଁ, 

ଆଉ ଯୋଡିଏ ଆଖି,, 

ମୁଁ ଗାଧେଇ ପଡେ ଲାଜରେ 

ଶାଢ଼ୀ କାନି କୁ ଭିଡି ଆଣୁ ଆଣୁ 

ମୋ ଆଖି ବି ବନ୍ଦ ପଲକ ଭିତରେ 

ସ୍ବପ୍ନରେ ପହଁରି ଆସେ..... 


ସେ ପୃଷ୍ଠାର ପ୍ରତି ଶବ୍ଦ ପଦ ଆଉ ବାକ୍ୟ 

ବଖାଣେ କେବଳ ତୁମ କଥା 

ଯଦିଓ କଳଙ୍କି ଆଉ ଅରମା 

ଲାଗିଛି ତା ଭାଙ୍ଗରେ... 

ରଙ୍ଗ ଛଡା ଛନ୍ଦରେ.. 

ତଥାପି ବଂଚିଛି ଅତୀତର 

ଭିତିରି ପୃଷ୍ଠାରେ... 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract