STORYMIRROR

ମିତା ପଟନାୟକ

Tragedy

3  

ମିତା ପଟନାୟକ

Tragedy

କଥା

କଥା

1 min
263


ହଟାତ କୋଳାହଳ ସବୁ ଠେଲାପେଲା ହେଇ ବାହାରି ଗଲେ ସମ୍ପର୍କ ମାନଚିତ୍ର ର 

ଅଜ୍ଞାତ  ନିର୍ଦିଷ୍ଟ ଏକ ସ୍ଥାନ କୁ 

ଯୋଗାଯୋଗ ବିଛିର୍ଣ୍ଣ ହେବାର ସୂଚନା ଯଦିଓ ସ୍ପଷ୍ଟ ଣ୍ଥହିଲା 

ତେବେ ସମ୍ପୂର୍ଣ୍ଣ ନଥିଲା ବୋଲି କହିବା ବି ଭୁଲ, 

ଚିଂହା ସୂଚୀପତ୍ର ର ତମାମ ଠିକଣା 

ରାସ୍ତା ମଝି ବତୀଖୁଣ୍ଟ ତଳେ 

ଗେଟ ପାଖ ଚିଠି ବାକ୍ସ ଭିତରେ 

ଚା ଖଟି ରେ, 

ସାଇ ମାଇପି ମେଳ ରେ, 

ସବୁଠୀ ଜୋର ଧରିଲା ଚର୍ଚ୍ଚା ।


ନିରୁଦିଷ୍ଟ ଶବ୍ଦ ମାନଙ୍କ ତାଲିକା 

ପୁରୁଣା ହିସାବ ଖାତା ରେ ଛଟପଟ ହେଉଥିବା ଅସ୍ପଷ୍ଠ ଭଙ୍ଗା 

କେତେଟା ଉଚ୍ଚାରଣ ମୁହଁ ଗେଂଜି ବସିଥିଲେ, 

କିଛି ହଜେଇ ଦେବାର 

କିଛି ଛାଡି ଆସିବାର 

କିଛି ପଛରେ ଛାଡି ଆସିବାର 

ନିରୁତା ଅବ୍ୟକ୍ତ ଅବଶୋଷ କୁ ନେଇ । 


ଖୋଜା ଲୋଡ଼ା ର ଶେଷ ରେ 

ଦିଆନିଆ ର ସମ୍ପର୍କରେ 

କେଉଁ ଚିଜ ଟି ସ୍ଥାବର ଯେ 

କଥା ହେବ ପାଣିର ଗାର ।

ଧେତ !

ସେ କଣ କଥା ରେ କଥା ଯେ , 

କିଛି ନୁହେଁ, 

କେବଳ ଏକ ଅର୍ଥ ହୀନ ଉଚ୍ଚାରଣ 

ବୁନ୍ଦାଏ ଲୁହ 

ମୁଠାଏ କୋହ 

ଆଉ କିଛି ଅଧାପୋଡା ଇଚ୍ଛା ମାନଙ୍କର ଭଙ୍ଗା କଫିନ ରେ 

ଇଚ୍ଛା ମୃତ୍ୟୁ ର ଦଲିଲ । । 




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy