ବିଚ୍ଛେଦ (୨୧)#ଅସ୍ତ ଅପରାହ୍ନ#
ବିଚ୍ଛେଦ (୨୧)#ଅସ୍ତ ଅପରାହ୍ନ#
ଭାବାନ୍ତରର ମୂଳ ସତ୍ତାକୁ ସମୀକ୍ଷା କଲା ପରେ
ଜୀବନ ମନେ ହେଉଥିଲା ନିର୍ଜୀବ ସତରେ,
କଣ ପାଇଁ ବଞ୍ଚିବ ମଣିଷ ଏ ଅତୃପ୍ତ ଆକୁଳତା ନେଇ
ଯେଉଁଠି ସ୍ଥିର ହୋଇ ହୁଏନା ନିଜେ ନିଜ ସିଦ୍ଧାନ୍ତରେ ,
ଲାଗୁଥିଲା ସେ ସମୟଟା ଅସ୍ତ ଅପରାହ୍ନର
ଧୂଳି ଧୂସରିତ ବହଳ ଅନ୍ଧକାରର
ସବୁ ଥାଇ ବି କିଛି ନାହିଁ ଯେପରି
ଶୂନ୍ୟ ଆକାଶରେ ନିରାଶ୍ରୟ ପକ୍ଷୀର ଭାବନା ପରି ,
ପଛକୁ ଫେରିବାର ରାସ୍ତା ବନ୍ଦ ହୋଇ ସାରିଥିଲା
ନିଜ ମୁହଁ ନିଜକୁ ଅଚିହ୍ନା ଦିଶୁଥିଲା ,
ଆତ୍ମାର ଅତଳ ଗହ୍ୱରକୁ ଛଳ ଛଳ କରି
ପ୍ରତି ଲୋମକୂପକୁ କେହି ନିଃସ୍ପନ୍ଦ କରୁଥିଲା ପରି ,
ଚେତନାର ଦେହାଳିରେ ନଥିଲା ବିଶ୍ୱାସ
ଓଠରୁ ଲିଭି ଥିଲା ସବୁ ତକ ହସ
ମନ ଦିଆ ନିଆ ସତେ ମିଛ ଥିଲା ଯେମିତି
ଅସ୍ତ ଅପରାହ୍ନେ ନିଶିକୁ ଧରି ଆସୁଥିଲା ନିୟତି ... !