Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debjani Sathua

Romance Tragedy

3.6  

Debjani Sathua

Romance Tragedy

ତୁମ ପରେ

ତୁମ ପରେ

1 min
196


ଆତ୍ମା ତ ଅଜର ଅମର 

        ଶରୀରଟା ଖାଲି ନଶ୍ୱର ।


 ପ୍ରିୟତମ ,  ହେ ମୋର ଈଶ୍ଵର, 

     ଅଜଣା ନାହିଁ ତ ଅନ୍ତର ଶୂନ୍ୟତା ମୋର !


ତୁୁମେ ଗଲା ପରେ ...

     ଥମିନି ଗଗନ ..

        ଥମିନି ପବନ ..

           ଥମିିିନି ଜୀବନ..


    ଆଗକୁ ବଢିଛି ବି ଏ ପ୍ରିୟା ତୁମର ,


 ସାହାରା ଥିଲା ତୁମ ପ୍ରିତି ଭରା ସ୍ମୃତିର ,

         ପୁଣି ଆମ ଅଲିଅଳି ହସର । 


 ବୁଜି ଦେଇ ପେଡି ମୋ ଲୁହର , 

          ବାସ ହୋଇଲା ପିତ୍ରାଳୟ ମୋର। 


କିିଛି କାଳ କାଟିଲା ଏ ଅନ୍ତର,

          ଲୁଚାଇ ହୃଦରେ ସନ୍ତାପ ଘୋର ,।


 ବଢି  ଚାଲିଲା  ଦୃୃଢମନା ପ୍ରିୟା ତୁମର ,

         ସାଉଁଟି ଉର୍ଜା କିଛି ଛବିରୁ ତୁମର ।


କିଛି ହସ ଦେଇ ହସିଲି  

          ଆମ ମାତାପିତାଙ୍କ ମୁଖରେ ,


ଗଢିଲି ସରଳ ମଧୁର ଜୀବନେ 

        ଦୁହିତାକୁ ଆମ ଯତ୍ନ ସହକାରେ ।


ଆଶାର କିରଣ ଥିଲ ସଦା 

        ତୁମେ ଆତ୍ମାର ଅଗୋଚରେ । 

  

ହେ  ସ୍ୱଳ୍ପ କାଳ ସାଥୀ ମୋର ...


     ଅମର ପ୍ରେମେ ଭରିଛି ମୋ ତିମିର,

   ସେଇ ବାର ବର୍ଷର ସାନ୍ନିଧ୍ୟ ତୁମର ।


ହରାଇଛି ଆଜି ପୂଜ୍ୟ ଆମ ପିତାମାତାଙ୍କୁ, 

    ଜିଇଁଛି ଚାହିଁ ତୁମ ପ୍ରଦତ୍ତ ଉଜ୍ବଳ ପଥକୁ ।


ତୁୁମ ପରେ ମୋ ପ୍ରିୟ...

   କିଛି ତ ଯାତନା ଅଛି ଏଠି ନିଶ୍ଚୟ  ;


    ପାଇଛି ବି ସୌହାର୍ଦ୍ୟ ସ୍ପର୍ଶର ଅଭୟ ,

କିଣି ଥିଲା ଯାହା ତୁମ ଉଦାର ହୃଦୟ ।


ଆତ୍ମା ତ ଅଜର .....

   ଜ୍ଞାତରେ ତୁମ ସବୁ ନା ,


ପାଇଛି ଖୋଜି ସଙ୍ଗୀନୀ ଯେ ଅନନ୍ୟା,

  ବାଣ୍ଟିଛି ତାଠି ଯେତେ ସୁଖଦୁଃଖର ଭାବନା।

ଅମାପ ଆତ୍ମବିଶ୍ଵାସେ ଜାଗିଛି ମୋ ଚିନ୍ତନା।


 ଆଉ ଏକ ଯୁଗ ବିତାଇଛି ତୁମ ଅନ୍ତେ ..


   ବଢାଇଲି ପଢାଇଲି କନ୍ୟାକୁ ଆମ 

            ସାରି ତୁମ ସଂଚିତ ଧନ ।


ସଜାଇଛି ସଂସାର ତା ,ବିଭାବେଳେ 

          ଢାଳି ସେନେହ ରତନ। 


ଦେଖୁଛ ନା ସବୁ ନିଡରୁ ବ୍ୟୋମର ,

      ହେଉଥିବ ତ ନିଶ୍ଚେ ବିଭୋର ,

ଲଭି ନାତି ପାକୁଆ ହସର ସମ୍ଭାର ।


କରିଛି ନା ! ଦାୟିତ୍ୱର ସଠିକ ସଂପାଦନ;

  ଦେଖି କନ୍ୟାର ଅଂକୁରିତ ସଂସାର  ଉଦ୍ୟାନ,  

ଲୋତକେ ସ୍ନାତା ଏ ବେନି ନୟନ ।


ତୋଳିଧରି ସ୍ମୃତି ବିଭବ ଆନ

       ବିତାଇବି ମୋ ବଳକା ଜୀବନ ।

 

ଆତ୍ମା ତ ଅଜର ଅମର 

      ଶରୀରଟା ଖାଲି ନଶ୍ୱର ।


Rate this content
Log in

Similar oriya poem from Romance