ଅନାମିକା
ଅନାମିକା
ଅଚିହ୍ନା ଅଜଣା ପ୍ରିୟା ମୋ ଅନାମିକା,
କୋଉଠିତ ଥିବ ଭାବୁଛି ମୁଁ ଏକା ।
କେମିତି ସେ ହେଇଥିବ କିଏ କୁହନା
ଜାଣିବି ତା ବିଷୟରେ ଆଗ୍ରହ ହୁଏ କିଆଁ ।
ଶ୍ରାବଣର ବର୍ଷା ମେଘର ବିଜୁଳିଟା ଘଡ଼ଘଡ଼ି ମାରି ଆସେ,
ସ୍ପନ୍ଦନ ମୋର ବଢ଼ି ବଢ଼ି ଚାଲେ ।
କିଏ ସେ ରୂପସୀ ମୋ ମନ ମାନସୀ
ମନେ ଉଠେ ଭୁକମ୍ପର ଅଜସ୍ର ଝଡ଼ଟି ।
ଆକାଶର ବାଦଲକୁ ପଚାରେ ମୁଁ ଯେବେ,
କିଏ ଅନାମିକା ରୂପର ନାୟିକା ମନେ କବ୍ଜା କରେ ଛଳନାର ଜାଲେ ।
ପ୍ରତି ଉତ୍ତର ତା କୁହେ କାନେ ମୋର,
ହୃଦୟ ମନ୍ଦିରେ ସ୍ଥାନ ଦେଇସାର ।
ଆଖିର ପଲକ ପଡ଼େନା ତା ପାଇଁ,
କବିତା ଲେଖେ ବସି ଜହ୍ନକୁ ଅନେଇ ।
ଅନାମିକା ପ୍ରିୟା ମୋ ବୟସର ସରୁ ରେଖା,
ଯୌବନରେ ହସେ ପ୍ରୀତିର ଛୁଆଁ ।
କୃଷ୍ଣଚୁଡା ଫୁଲ ପରି ପ୍ରେମ ତା ନାଲିଆ,
ସରାଗ ଲାଜ ତା ମୋ ପ୍ରେମ ଦୁନିଆ ।
ଗୋଲାପ ଫୁଲକୁ ସାଇତି ରଖିଛି,
ଅନାମିକା ପ୍ରିୟାର ଉପହାର ଭାବି ।
ବିତିଗଲା ଦିନ ବିତିଗଲା ରାତି,
ଆସିଲାନି ପ୍ରିୟା ଅନେଇ ବସିଛି ।
ମରୀଚିକା ଆଜି ପ୍ରିୟା ମୋର ସାଜି,
ଦୂର ଆକାଶର ଜହ୍ନ ହେଇଛି ।
ମୁଁ ବି ଦେଖେ ସେ ବି ଦେଖେ,
ଦୂରତାର ମାପକାଠି ଜାଣି ନ ହୁଏ ।
ଅପେକ୍ଷାରେ ତୁମ ସ୍ମୃତିକୁ ସଜେଇ,
ବଞ୍ଚିଛି ଆଜି ଖାଲି ତୁମ ଆସିବାର ବାଟ ଚାହିଁ ।