ପ୍ରେମିକା ଗଳିର ଚା'
ପ୍ରେମିକା ଗଳିର ଚା'
ମନେ ପଡେ ଆଜି ସେଦିନର କଥା,
ଲାଜେଇ ଲାଜେଇ ଚାଲୁଥିଲ ତମେ,
ପୋତିଦେଇ ମଥା !
ଗଳିରେ ତୁମର ଖୁଣ୍ଟ ଲାଇଟ ଗୁଡା,
ଧପ ଧପ ହେଇ ଜଳୁଥିଲା,
ପ୍ରଥମ ତୁମକୁ ଦେଖିଲି ଝାପ୍ସା !
ଚା' ଢୋକେ ପିଇ କଣେଇ ଦେଖିଲି,
ସତେ ଅବା ରାଜଜେମା,
ମୁରୁକି ମୁରୁକି ହସୁଥିଲ ଧୀରେ !
ପାଦ ଥାପି ଥାପି ଚାଲୁଥିଲ ପ୍ରିୟା,
ଧୀରେ ମଥା ଟେକି ଦେଖିଲ କିଆଁ,
ହୃଦୟର କବାଟ ଵିନା ଚାବିରେ ଫିଟିଗଲା !
ସରଳତା ତୁମ ସାଧା ସିଧା ପ୍ରେମ ,
କଵି ମନେ ଜଳେ ନିଆଁ,କଲମ ମୁନରେ ରହି ତୁମେ
ପ୍ରିୟା ହେଇଯାଅ ମୋ କବିତା !
ହୃଦୟ ସାଗରେ ଢେଉ ଢେଉ ଖେଳ,
ନିରନ୍ତର ନିରନ୍ତର, ଆଖି ଖୋଜେ ଖାଲି,
ତୁମ ପ୍ରତିଛବି ଦେଖନ୍ତି ଦିନ ହଉ ଅବା ରାତି !
ତୁମ ଗଳିର ସେ ଅଲଣା ଚା' ଵି,
ଲାଗୁଚି ଯେମିତି ମଧୁପ୍ରୀତିର ବର୍ଷାରେ
ଓଦା ହେଇ ଆଜି,ଯେମିତି ଭୁଲିଚି ସବୁ !

