STORYMIRROR

Lipika Naik

Classics Inspirational Others

4  

Lipika Naik

Classics Inspirational Others

ମୋ ମାର୍ଗ ଦର୍ଶକ

ମୋ ମାର୍ଗ ଦର୍ଶକ

1 min
326

ଗାଇବାକୁ ଇଚ୍ଛା ତୁମ ଭକ୍ତି ଗୀତ ଶ୍ରୀ ମନ୍ଦିର ପାଖରେ

ନାଚିବାକୁ ଇଚ୍ଛା ସବୁ ଭୁଲି ଥରେ ରଥ ଯାତରାରେ  ।


ଡୋରି ଲଗେଇ ତୁମେ ଡାକ ମହାବାହୁ ଏ ଅଭାଗିନୀକୁ ଥରେ

ଆଖି ଲୁହେ ମୁଁ ଧୋଇଦେବି ତୁମ ପାଦ ପଦ୍ମକୁ ଥରେ ।


ହୃଦୟରେ ମୋର ଭକ୍ତି ଭାବ ଜାଗୁ ତୁମ ନାମ ନେଉ ନେଉ

ତୁଣ୍ଡରେ ମୋହର ଜୟ ଜଗନ୍ନାଥ ବନ୍ଦ ନ ହେଇଯାଉ ।


ନକାରାତ୍ମକ ଚିନ୍ତା ଶୂନ୍ୟ ହେଉ ପ୍ରଭୁ ଆଶୀର୍ବାଦ ଭିକ୍ଷା କରେ

ସକାରାତ୍ମକ ଚିନ୍ତା ଜାଗ୍ରତ ହେଉ ହାତ ଟେକି ସମର୍ପଣ କରେ ।


ମାୟା, ମୋହ ସବୁ ଦୂର ହେଉ ପ୍ରଭୁ ସତ୍ୟ ହାତ ଧରି ନିଏ

କୃପା ସିନ୍ଦୁ ତୁମେ ଜଗତ ଠାକୁର କୃପା କର ମୋ ଉପରେ ।


ସମ୍ପର୍କରେ ଆଜି ସ୍ୱାର୍ଥ ସ୍ୱାର୍ଥ ବାସେ ଅଣନିଶ୍ୱାସୀ ଲାଗେ

ସଂସାର ଭିତରେ ମନୁଷ୍ୟ ଏକ ସର୍ବଶ୍ରେଷ୍ଠ ଗଣା ହୁଏ ।


ତୁମେ ସୃଷ୍ଟିକର୍ତ୍ତା ସୃଷ୍ଟିର ନିଅତା ତୁମରି ନିର୍ଦ୍ଦେଶ ବିନା

ପତ୍ରଟିଏ ଵି ହଲେନା,କେହି ପରିକଳ୍ପନା ଵି କରି ପାରେନା ।


ତୁମରି ନିର୍ଦ୍ଦେଶ ତୁମରି ଆଦେଶ ସୃଷ୍ଟି କରେ ସବୁ ପାଳନ

ଶରଧା ବାଲିରେ ପାଦ ଥାପିବାକୁ ଟାଣି ନିଅ ତୁମେ ଜଗନ୍ନାଥ ।


ମନର ବେଦନା ମନର ଯନ୍ତ୍ରଣା ଆଖି ଲୁହ କହି ଦିଏ

ଦରଶନ ପାଇଁ ଆକୁଳେ କୁହେ କୋଉଠି ପ୍ରଭୁ ତୁମେ  ।


Rate this content
Log in

Similar oriya poem from Classics