STORYMIRROR

Lipika Naik

Others

3  

Lipika Naik

Others

ଶୀତର ସକାଳ ଜୀବନ ମହ୍ଲାର

ଶୀତର ସକାଳ ଜୀବନ ମହ୍ଲାର

1 min
215

ଶୀତର ସକାଳ କୁହୁଡି ଘେର

ଦେହ ଥରେ ଶୀତର ପ୍ରଖରରେ 

ନିଆଁର ଧୁନୀରେ ଉତ୍ତାପ ଭରା

ଥଣ୍ଡାରୁ ରକ୍ଷା ପାଇଁ ଇଏ ଏକ ବ୍ୟବସ୍ତା !!


ଶୀତର ସକାଳ ଯୋଗ ଅଭ୍ୟାସ

ମନ ଦେହ ହୁଏ ସୁସ୍ଥ 

ଘାସ ଗାଲିଚାରେ କାକର ବିନ୍ଦୁ ସବୁ 

ଲାଗେ ଯେମିତି ମୋତିର ସଦୃଶ୍ୟ !!


ଶୀତର ସକାଳ ଚା'ର ଆସର

ଚା'ଦୋକାନେ ଜମେ ଭିଡ଼ 

ମନ ଖୋଲା ଗପ ସାଙ୍ଗସାଥୀ ମେଳ 

ଶୀତୁଆ ସକାଳ ଥର ଥର ହୁଏ ଦେହ !!


ଶୀତର ସକାଳ ଅଳସ ପ୍ରିୟ

କମଳ ଭିତରେ ଗଭୀର ନିଦ 

ସୁଇଟର ଘଡା ଦେହଟା ଯେବେ 

ଉଷୁମ ଉଷୁମ ଲାଗେ ଶୀତୁଆ ସକାଳ

ଭାରି ମଜା ଲାଗେ !!


ଶୀତୁଆ ସକାଳ ପ୍ରକୃତିର ଦୃଶ୍ୟ

ସତେ କି ଏକ ମନ ଲୋଭା ଚିତ୍ର 

ଉପଭୋଗ କରେ ସେଇ ଥଣ୍ଡା ଥଣ୍ଡା

ମଳୟ ପବନର ସ୍ପର୍ଶ !


ଶୀତୁଆ ସକାଳ ସୂର୍ଯ୍ୟର ଅଳପ ଉତ୍ତାପ

ଶୀତୁଆ ସକାଳ ଉଷୁମ ପାଣିରେ ହୁଏ ସ୍ନାନ 

ଶୀତୁଆ ସକାଳ ଥଣ୍ଡା ପାଣି ଛୁଇଁବାକୁ ଲାଗେ ଡର 

ଶୀତୁଆ ସକାଳ ଚାଦରରେ ଆବରଣ ଶରୀର !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍