STORYMIRROR

Lipika Naik

Romance Tragedy Others

3  

Lipika Naik

Romance Tragedy Others

ଆଜି ବି ଭୁଲିନି

ଆଜି ବି ଭୁଲିନି

1 min
209


ଭୁଲିନି ତୁମର ସେ ଦେଇଥିବା ଗୋଲାପକୁ

ଭୁଲିନି ତୁମର ସେ ହସ ପଛର ଛଳନାକୁ

ନା ଆଜି ବି ଭୁଲିନି...


ଭୁଲିନି ତୁମର ସେ ମୁଖାପିନ୍ଧା ଚେହେରାଟିକୁ 

ଭୁଲିନି ତୁମର ସେ ଚାକଚକ୍ୟ ଦିଶୁଥିବା ଶରୀରର ଭେଷଭୂଷାର ଆବୃତ୍ତି ସବୁକୁ,ଯଉଠି ତୁମ ମନ ସଫା ନ ଥିଲା କିନ୍ତୁ, ଭଲ ବୋଲି ଦେଖେଇ ହେଉଥିଲା 

ନା ଭୁଲିନି ଆଜି ବି...


ଭୁଲିନି ସରଳତାର ଆଖ୍ୟା ଦେଇ ମନେ ଦେଇଥିବା ଯନ୍ତ୍ରଣାଟି 

ଭୁଲିନି ଆଜିବି, ତୁମର ସେଇ ହସ ହସ ମୁହଁର ପଛରେ ଥିବା ଅନ୍ୟ ଏକ ରୂପର ପ୍ରତିଛବିଟି 

ନା ଭୁଲିନି ମୁଁ...


ଭୁଲିନି କିଛି , ଖାଲି ଭୁଲିଯାଇଛି ବୋଲି ଅଭିନୟ କରୁଛି କାରଣ, କିଛି ଲୋକର ପରିହାସର ଶିକାର ହେବାକୁ ପଡୁଛି 

ନା ନା ଭୁଲିନି ମୁଁ...


ଭୁଲିନି ତୁମର ସେଇ ସ୍ୱାର୍ଥମିଶା ସମ୍ପର୍କଟି 

ଭୁଲିନି ତୁମର ସେ ଅଭିନୟ ଯେତିକି 

ଯୋଉଠି ନାୟକ ନୁହେଁ ଖଳନାୟକ ସାଜିଥିଲ

କେମିତି ଭୁଲିବି ହେଁ..?


ତୁମେ ପରା ସେଇ ଅତୀତର ଶିକ୍ଷା ଦେଇଥିବା ଏକ ଖରାପ ସମୟର ସାଥିଟିଏ,

ଏବେ କିନ୍ତୁ ହସୁଚି କଣ ପାଇଁ ଜାଣିଛ,ତୁମେ ହାରିଗଲ ମୁଁ ଜିତିଗଲି

ଏବେ କଣ କରିବ  ?


ଭାବୁଥିବ ନା ପୁଣି ଆସିବ......

ତୁମେ ଭାବ, କିନ୍ତୁ ମୁଁ ତୁମ ଭାବନାର ଏକ ପରିକଳ୍ପନାର ଅଦେଖା ଛବି ହେଇ ରହିଗଲି ସାରା ଜୀବନ !!




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance