ପିଲାବେଳ ସ୍ମୃତି
ପିଲାବେଳ ସ୍ମୃତି
ପିଲାବେଳ ସ୍ମୃତି ମନେ ପଡ଼େ ଆଜି ବିତିଯାଇଥିବା ସେଇ ଅଭୁଲା ଦିନ ଯେତେ, ସାଙ୍ଗସାଥି କେତେ ଖେଳୁଥିଲୁ ଆମେ ତାହା କଣ କେବେ ଭୁଲି ହବ ଜୀବନେ !
ରାଗରୁଷା ପୁଣି ଅଭିମାନ କେତେ ଖେଳୁ ଖେଳୁ ହେଉଥିଲା ଝଗଡା ଅନେକ, ପୁଣି ସାଙ୍ଗ ହେଇ ଖେଳୁଥିଲୁ ଭୁଲି ଡାକାଡାକି ହେଇ !
ଗାଁର ସେଇ ଘାସ ପଡିଆ ଆଜି ବି ମୋର ମନେ ଅଛି ସେଦିନର କଥା ଯେତେ,ପତ୍ରରେ କେତେ କଣ ତିଆରି କରି ଖେଳୁଥିଲୁ ବିଭିନ୍ନ ପ୍ରକାରର ଖେଳ ସବୁ !
ବାପା ଗାମୁଛାକୁ ନେଇ ଶାଢ଼ୀ କରି ପିନ୍ଧୁଥିଲୁ ଅନେକ ସାରା ଖେଳ କଳ୍ପନା କରି , ପିଲାବେଳ ସ୍ମୃତି ମନେ ପଡେ ଆଜି ଆଖିରେ ଆସେ ଅଶ୍ରୁ ଧାରେ ବୋହି !
ସତରେ ଆଜି ସେ ଦିନ ମନେପଡେ ଭରା ଭରା ସେଇ ସବୁଜ ଦିଶୁଥିବା ମୋ ପିଲାଦିନ, ମାଟି ରାସ୍ତା ଆଉ ମହରମ ପଡ଼ିଥିବା ସେଇ ନାଲି ମାଟିର ରାସ୍ତା ଯେତେ !
ରାସ୍ତା ଧାରେ ଧାରେ ଗଛଲତା ସବୁ ଦିଶୁଥିଲା କେଡେ ସୁନ୍ଦର, ପଳାସଫୁଲ, କୃଷ୍ଣଚୁଡା ଫୁଲ ଦିଲୁଥିଲେ କେତେ ମନଲଭା ପ୍ରକୃତିର !
ଶିମିଳି ଫୁଲବି ଦିଶୁଥିଲା କେତେ ସୁନ୍ଦର,ବିହଙ୍ଗର ଭିଡ଼ ଜମୁଥାଏ କେତେ ହେଇ ଅତି ଉଲ୍ଲାସ!
ପିଲାବେଳ ଆମ ଅଭୁଲା ସ୍ମୃତି,ଆଉ ଫେରିବନି କେବେ, ସମୟର ଖେଳ ବୁଝିବାକୁ ଆଜି ନାହିଁ ଆମ ପାଖେ ଶକ୍ତି, ସମ୍ବଳ !
ଅଝଟରେ କେତେ ମାଡ଼ ଖାଉଥିଲୁ ପିଠି ଯାଉଥିଲା ସିଝି, ପାଟି କରି ଯୋଦି କାନ୍ଦୁଥିଲୁ ଆମେ ପାଟିରେ ବାଜୁଥିଲା ଛୋଡ଼ି !
ଖେଳୁ ଖେଳୁ ଯେବେ ଅନ୍ଧାର ଆସେ ମାଡି ଖେଳ ନିଶା ତେବେ ଆଉଟିକେ ଯାଏ ବଢ଼ି, ଘରକୁ ନ ଫେରି ହୁଏ ଯେବେ ଡେରି ବାପାଙ୍କ ଛୋଡ଼ିକୁ ସାମ୍ନା କରିବା ନିଶ୍ଚିତ କେମିତି ଵା ଯିବୁ ବର୍ତ୍ତୀ !
ମାଡ଼ ଖାଇ ଖାଇ ଅଜରା କରିଲେ ଆଉ କେତେ ଦେବେ ମାଡ଼, ବଡ଼ ହେଲା ପରେ ଛୋଡ଼ିକୁ ବୋଧେ ମିଳିଛି ଟିକେ ଆରାମ !
ଛୋଡ଼ି ତ ଛୋଡ଼ି ପୁଇ ନାଡୀ ବି ବାଦ ପଡିନି ପିଠିରେ ବସିଛି ତାର ବି ଭୟଙ୍କର ରଢ଼ି, ଛୀନଛତର ହେଇ ଦୌଡ଼ି ପଳାଉ ଘର ଛାଡି !
ପିଲାବେଳ ସ୍ମୃତି ମନେ ପଡେ ଆଜି, କିଛି କିଛି କଥା ଓଠେ ହସ ଆଣେ ଆଉ କିଛି କିଛି କଥା ନ ମନେ ପଡିବା ଭଲ ଭାବେ !
