STORYMIRROR

Lipika Naik

Others

3  

Lipika Naik

Others

ଛାତିର ହୃଦୟ

ଛାତିର ହୃଦୟ

1 min
185

       

ଛାତି ଭିତରର ହୃଦୟଟା ଆଜି କବର ପାଲଟି ଯାଇଛି,

ହୃଦୟ ମନ୍ଦିରେ ପୂଜା ପାଉଥିବା ପ୍ରେମଟା ଆଜି,ମଶାଣି ପାଲଟି ଯାଇଛି !


ଚାଲୁଥିବା ସେଇ ଗୋଚର ଭୂଇଁଟା, ମରୁଭୂମି ଦିଶେ ପ୍ରାୟ,

ଶବଟେ ପୋତିକି ସଜେଇ ଦେଲ ଆଜି ମଶାଣି ଭୂଇଁର ନାମଟି !


ମିଛ ସଂସାରରେ ସତ ହାତ ଧରି ଛଳନା ନଈରେ ଭସେଇ ଦେଲ,

ବିବେକ ତୁମର ଅତି କୋଠର କାନ୍ଦିଲେ ଵି ତରଳି ଗଲାନି ତମ ମନ !


ସତ ପ୍ରେମ ଆଜି ଜୁଇର ଶିଖାରେ ଜଳୁଥାଏ ଦାଉ ଦାଉ,

ସୁଖର ଡ଼ଙ୍ଗାରେ ଆହୁଲା ମାରି ତମେ ଚାଲିଯାଅ ଆଗେ, ଆଗେ !


ସମ୍ପର୍କର ସତ ଜାଣିବା ପରେ ବି ନଜାଣିଲା,ନଜାଣିଲା ହୁଅ ସତେ,

ଛଳନା ପ୍ରେମକୁ ସତ ମାନିନେଇ ମୁଁ ଖୁସିର ହସଟେ ହସିଦିଏ !


କେଉଁ ଅପରାଧ, କେଉଁ ଅପବାଦ ବଦଳେଇ ଦେଲା ତୁମ ମନ,

ଥରେ ଭାବିଲନି ହୃଦୟର ସେଇ ପବିତ୍ର ସମ୍ପର୍କ ଆମ !


ମନ ଜଳେ ଆଜି ଜଳି ଜଳି ଯାଏ ଭାବି ତୁମ ଛଳନାଟି,

ଅନ୍ତର ବି କାନ୍ଦେ ହୃଦୟ ଛାତିରେ ଧୋକାର ବିଭୀଷିକା ମନେ କରି !



ഈ കണ്ടെൻറ്റിനെ റേറ്റ് ചെയ്യുക
ലോഗിൻ