ପ୍ରେମ
ପ୍ରେମ
ପ୍ରେମ ଢାଳେ ଯେବେ ଅସରା ଶ୍ରାବଣ,
ମନ ଭିଜେ ନ କରି ସଂକଚ !
ପ୍ରେମ ଯେବେ ଦିଏ ଇସାରା ଆଖିରେ,
ହୃଦୟର ଫୁଲ ଫୁଟି ବାସେ !
ପ୍ରେମ ଯେବେ ହୁଏ ଅଦିନିଆ ମେଘ,
ଓଦା ହୁଏ ମନ,ଓଦା ହୁଏ ପୁଣି ଦେହ !
ପ୍ରେମ ଯେବେ ହୁଏ ବଗିଚାର ଫୁଲ,
ଆକର୍ଷିତ କରେ ଆଖିର ଦୃଶ୍ୟ ପଟ !
ପ୍ରେମ ଯେବେ ହୁଏ ସମୁଦ୍ରଠୁ ଗଭୀର,
ଭେଦ କରିବା କି ସମ୍ଭବ !
ପ୍ରେମ ଯଦି ହୁଏ ମୂର୍ଚ୍ଛନା ଟିଏ,
ମନ ଗାଏ ମଲ୍ହାର ଗୀତର ସ୍ଵରେ !
ପ୍ରେମ ଯଦି ହୁଏ ଗୋଲାପ ଫୁଲଟେ,
କଣ୍ଟାର ଆଘାତ ବି ଭାରି ଭଲ ଲାଗେ !
ପ୍ରେମ ଯଦି ହୁଏ ଚାନ୍ଦିନୀ ରାତି,
ଲେଖିବି ତା ପାଇଁ କବିତା ଛନ୍ଦି !
ପ୍ରେମ ଯଦି ହୁଏ ଫୁଲ ବଗିଚାଟି,
ଆଖି ପୁରୀଯିବ ଦେଖି ଦେଖି !
ପ୍ରେମ ଯଦି ହୁଏ ମଳୟ ଗୀତି,
ବସନ୍ତରେ ଶୁଭେ କୋଇଲିର ମଧୁର ଗୀତି !
ପ୍ରେମ ଯଦି ହୁଏ କୃଷ୍ଣଚୁଡା ପରି,
ନାଲି ନାଲି ଦିଶେ ଲାବଣ୍ୟ ସୁନ୍ଦରୀ !

