ଦୀପାବଳୀ ଓପୟା ଶ୍ରାଦ୍ଧ
ଦୀପାବଳୀ ଓପୟା ଶ୍ରାଦ୍ଧ
ରାବଣକୁ ହତ କରି ରଘୁନାଥ
ଫେରି ଥିଲେ ଏଇ ଦିନେ
ଜଳାଇ ପ୍ରଦୀପ ସଜାଇ ଅମାପ
ସ୍ବାଗତ କରିଲେ ଜନେ ।
ଉତ୍ଫୁଲିତ ଚିତ୍ତେ ହରଷ ଅନ୍ତରେ
ମଳ ମାଳ ଦୀପାବଳି
ଜଳାଇ ଏ ଦିନ ଅମାବାସ୍ୟା ରାତ୍ରୀ
ଥିଲେ ଆଲୋକିତ କରି ।
ଅଯୋଧ୍ୟା କଟକେ ଅସଂଖ୍ୟ ଆଲୋକେ
ଉଦ୍ଭାସିତ ପୁର ପଲ୍ଲୀ
କରି ଥିଲେ ପୂର୍ବେ ପାଳି ଏହି ପର୍ବେ
ସୁସର୍ଜିତ ଦୀପାବଳୀ ।
ଅଯୋଧ୍ୟାକୁ ପ୍ରତ୍ୟା ବର୍ତ୍ତନ କାଳୀନ
ସମୟ ରୁ ପ୍ରତି ବର୍ଷ
ପାଳିତ ହେଉଛି ସଞ୍ଚାର କରୁଛି
ଆନନ୍ଦ ଆଉ ଉଲ୍ଲାସ ।
ସାରା ଭାରତରେ ମନ ମଉଜରେ
ଭାରତୀୟେ ଶ୍ରଦ୍ଧା ବୋହି
ପିତୃ ପୁରୁଷଙ୍କୁ ଶ୍ରାଦ୍ଧ ପାଳନକୁ
ପୟା ଶ୍ରାଦ୍ଧ ଥାନ୍ତି କହି ।

