STORYMIRROR

Debjani Sathua

Abstract Classics Inspirational

3  

Debjani Sathua

Abstract Classics Inspirational

ପ୍ଲାଷ୍ଟିକ ବ୍ୟାଗ

ପ୍ଲାଷ୍ଟିକ ବ୍ୟାଗ

1 min
236

ସୁନ୍ଦର ପୃଥିବୀରେ ଯେବେ ପାଦ ମୁଁ ଥାପିଲି,

  

ରଙ୍ଗୀନ ନୂଆ ଏକ ଜୀବନ ଲଭିଲି।


ନିଜକୁ ନିିିଜ ବି ବଡ ଭାଗ୍ୟବାନ  ମୁୁଁ ମଣିିିଲି ।


ପଛରେ ପକାଇ ସଭିଙ୍କୁ ବହୁ ଆଗକୁ ବଢିିିଗଲି।


ଭୁଲି କାଗଜ ଠୁୁଙ୍ଗା ମୋତେ ଆପଣିିଲେ ଦ୍ୱିିଧା ନ କରି।


ଆଦର କଲେ ସଭିଏଁ ମୋ ଦେହେ ନାନା ଦରବ ଭରି।


ଦୋକାନୀ ବି ସଉଦା ବାନ୍ଧିଲେ ଜରି ପ୍ୟାକେଟ କରି,


ଖୁସି ଆହୁରି ହୋଟେଲ ବାଲା ବିକି ତୁୁୁଣ ତରକାରୀ। 



ଲୁଗା,ଚପଲ,ପରିିିବା ଫଳଦୋକାନେ ଅଭାବ ମୋ ନାହିଁ। 


ଯେଣୁ ସମସ୍ତେ ଭୁଲିଗଲେ କନାବ୍ୟାଗ ଆଣିବା ପାଇଁ। 


ମନ୍ଦିରେ ବି ମୁଁ ପ୍ରବେଶିିିଲି ଫୁଲ, କଦଳୀ, ନଡିଆ ନେଇ,


ପିତଳ ଆଡେଇ ଜରିରେ ଭୋଗ ଦେଲେ ପୂୂୂଜକ ଗୋସେଇଁ।



କମ୍ପାନୀ ବାଲାଏ ଆହୁରି ଆନନ୍ଦେ ମୋତେ ଆଦିରିଲେ ,


ଗୁଣ୍ଡ ମସଲା, ବିସ୍କୁୁଟ ,ଜୁସ୍ ଜରିିପ୍ୟାକେଟରେ ବିକିଲେ।


ଗଉଡପୁଅର ବୁୁଡିଲା ଭେଳା କ୍ଷୀର,ଦହି ପ୍ୟାକେଟ ମିଳିଲା, 


ଅଧିକ ଖରିିଦରେ ଲୁଗାଦୋକାନୀ ମୋତେ ମାଗଣା ବାଣ୍ଗିିିଲା।



ଜନମ ଦେଲା ଯେ ମୋତେ, ସେ ପୁଣି ଧିକାରିଲା, 


ଯୁଗଯୁଗ ଧରି ବର୍ଯ୍ୟ ମୋଦେହ ମାଟିରେ ନ ମିଶିଲା।


ନଦୀ ନାଳ ହ୍ରଦ ସବୁଠି ଜଳଜୀବଙ୍କ ଜୀବନ ନେଲା।


ଖାଦ୍ୟଖାଇ ରାସ୍ତାରୁ ଗାଈବଳଦଙ୍କ ମରଣ ହେଲା ।



ଆରେ ଏଇ  ବୁଦ୍ଧିିଆ ମଣିଷ କି କାମ ନ କଲା ,


ଉନ୍ନତି କରିଛି ବୋଲି ଯାହାକୁ ଗାଇ ହେଲା, 


ଯେତେ ନିରିହା ପ୍ରାଣୀମାନଙ୍କ ଜୀବନ ନେଲା।


ଜନମ ମୋର ବିିିନାଶର କାରଣ ହୋଇଲା ।



ଆଧୁନିକ ମାନବ ହେ କର୍ଣ୍ଣ ଡେରି ଶୁୁଣିବା ହୁଅ ,


ବିଜ୍ଞାନ ବୋଲି କେବେ ପ୍ରକୃତି ବିପରୀତେ ନ ଯାଅ ,


କପଡା ବ୍ୟାଗ ଆଉ କାଗଜ ଠୁଙ୍ଗାକୁ ଆପଣାଅ ,


ଅସ୍ତିତ୍ବ ପଛେ ମୋ ଲୋପ ହେଉ,

      

        ବିଶ୍ୱବିିନାଶର ପଥକୁ ରୋକିଦିଅ।


  

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract