Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit Kumar Raut

Abstract

4  

Ajit Kumar Raut

Abstract

ଡିଜିଟାଲ୍ ଯୁଗ

ଡିଜିଟାଲ୍ ଯୁଗ

1 min
420


ଅପୂର୍ବ ଗୌରବ ଆଣୁ ଅଛି ଦେଶ

ମାତୃଭୂମୀ ଆଜି ଧନ୍ୟ,

ଡିଜିଟାଲ ହେଲା ସମ୍ପୂର୍ଣ୍ଣ ଭାରତ

ଭ୍ରଷ୍ଟାଚାର ହେଲା ଶୂନ୍ୟ ।


ଜନଜନଙ୍କର ବ୍ୟାଙ୍କ ଖାତା ହେଲା

ଡିଜିଟାଲ ହେଲା ସେହୁ,

ରହିଣ ଘରରେ ଟଙ୍କା ମିଳୁ ଅଛି

ବ୍ୟାଙ୍କ ନ ଯାଆନ୍ତି କେହୁ ।


ଗରିବର ପ୍ରାପ୍ତି ନ ଛଡାନ୍ତି କେହୁ

ଟଙ୍କାଟି ଆସେ ଖାତାରେ,

ଡିଜିଟ।ଲ ଦ୍ବାରା ଟଙ୍କାକୁ ପାଉଛି 

ମିଳୁଛି ଘର ତୁଠରେ ।


ଖର୍ଚ୍ଚ ଭି କମିଲା ଭ୍ରଷ୍ଟାଚାର ଗଲା

ଜନତା ଅତି ଖୁସିରେ,

ରାମରାଜ୍ୟ ପରି ଗାନ୍ଧୀଙ୍କ କଳ୍ପନା

ଦିଶୁଛି ଆଜି ଦେଶରେ ।


ବିଦ୍ୟୁତ୍ ର କାର୍ଯ୍ୟ ସମ୍ପୂର୍ଣ୍ଣ ଦେଶରେ

ପରିପୂର୍ଣ୍ଣ ହେଲା ଏବେ,

ଗ୍ରାମେ ଗ୍ରାମେ ହେଲା ବିଦ୍ୟତ୍ ର କାର୍ଯ୍ୟ

ଖୁସିରେ ଗ୍ରାମୀଣ ଏବେ ।


ଡିଜିଟ।ଲ ହେଲା ଦିନଚର୍ଯ୍ୟା ତାଙ୍କ

ଦେବା ନେବା ଡିଜିଟାଲ,

ଖୁସିରେ ଅଛନ୍ତି ଗ୍ରାମୀଣ ଜନତା

ପଢାପଢି ଡିଜିଟେଲ ।


ଆଦର କରନ୍ତି ଛାତ୍ରଛାତ୍ରୀ ମାନେ

ମନ୍ତ୍ର ହେଲା ଡିଜିଟାଲ

ଅତ୍ୟାଧୁନିକ ହିଁ ଭାରତ ସାଜିଛି

ସବୁ କ୍ଷେତ୍ର ଡିଜିଟାଲ ।


ସୌର ଶକ୍ତି ଆଜି ଦେଶର ନିର୍ମାଣ

ଆତ୍ମନିର୍ଭରଟି ଦେଶ,

ସବୁ ବୈଭବରେ ପରିପୂର୍ଣ୍ଣ ଏବେ

ଆତ୍ମବିଶ୍ୱାସର ଦେଶ ।


ଜ୍ଞାନର ଭଣ୍ଡାର ମିଳୁ ଅଛି ଜନେ

ଡିଜିଟେଲ ଦିଏ ଜ୍ଞାନ,

ଦେଶ ଗତିବିଧି ନେତା ରୀତିନୀତି

ଜନତା ପାଉଛି ଜ୍ଞାନ ।


ଭୋଟ ଦେବାଟି ଡିଜିଟାଲ ହେଲା

ବୁଥ୍ କ୍ୟାପଚରିଂ ନାହିଁ,

ବୁଝନ୍ତି ଜନତା ଡିଜିଟାଲ ଦ୍ବାରା

ନେତା ଚୟନଟି ତହିଁ ।


ଅଧ୍ୟକ୍ଷତା କରିବେ ଦେଶ ପ୍ରଧାନ

ଜାତିସଂଘ ପରିଷଦେ,

ବିଶ୍ବ ମଞ୍ଚଟି ସୁରକ୍ଷା ପରିଷଦ

ସଭାପତି ଆଜି ପଦେ ।


ଗୌରବାନିତ୍ବଟି କୁରୁଛି ଦେଶକୁ

ବିଶ୍ବ ଗୁରୁ ପରି ଲାଗେ,

ରାମରାଜ୍ୟ ପରି ଶାସନ ଚାଲୁଛି

ସବୁ ଏବେ ଭଲ ଲାଗେ ।


ଅପୂର୍ବ ଗୌରବ ଆଣୁ ଅଛି ଦେଶ

ମାତୃଭୂମି ଆଜି ଧନ୍ୟ,

ଡିଜିଟାଲ ହେଲା ସମ୍ପୂର୍ଣ୍ଣ ଭାରତ

ଭ୍ରଷ୍ଟାଚାର ହେଲା ଶୂନ୍ୟ ।


Rate this content
Log in

Similar oriya poem from Abstract