STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

କର୍ତ୍ତବ୍ୟ ପଥରେ ରହୁ ସଦା ମନ

କର୍ତ୍ତବ୍ୟ ପଥରେ ରହୁ ସଦା ମନ

1 min
492

ବହୁ ପୁଣ୍ୟ ଫଳେ ମନୁଷ୍ୟ ଜୀବନ

କର୍ମପଥେ ରହୁ ନିତ୍ୟେ ଏହୁ ମନ,

ରାଷ୍ଟ୍ର ସେବା ପ୍ରତି ରହୁ ସଦା ଧ୍ୟାନ

ଅଟେ ସତ୍ୟପଥ ଜୀବନେ ଚନ୍ଦନ ।


ସ୍ବାର୍ଥରେ ଜଡ଼ିତ କାର୍ଯ୍ୟ କରୁ ନିତି

ନିଜ ସ୍ବାର୍ଥ ଲାଗି କରୁ ତୁ ଅନୀତି,

ହୋଇ ଅହଂକାରୀ କରୁ ତୁ ଦୁର୍ନୀତି

ଏହୁ ପାପ ଫଳ କରିବ ଦୁର୍ଗତି ।


ଜନ୍ମ ଦେଇ ଛନ୍ତି ଜଗତ ଠାକୁର

ଦେଖୁ ଛନ୍ତି କର୍ମ ତୋର ନିରନ୍ତର,

ହିସାବ ରଖନ୍ତି ବ୍ରହ୍ମାଣ୍ଡ ଠାକୁର

ନରକରେ ସ୍ଥାନ ହେବଟି ତହର ।


ଜ୍ଞାନ ଦେଇ ଛନ୍ତି ତୋର କର୍ମପଥେ

ଜ୍ଞାନ କୁ ଭୁଲିଣ ଚାଲୁ ପାପ ପଥେ,

ଯିବ ପ୍ରାଣ ତୋର ନ ଯିବେଟି ସାଥେ

ରହି ଯିବ ସବୁ ପିଣ୍ଡ ଯିବ ପଥେ ।


ଆସିଛୁ ଲଙ୍ଗଳା ଯିବୁଟି ଲଙ୍ଗଳା

ଅଟେ ଏ ଭିଆଣ ପ୍ରଭୁଙ୍କର ନୀଳା,

କଟୁ ସତ୍ୟ ଅଟେ କ୍ଷଣେ ନାହିଁ ବେଳା

କପାଳ ଲିଖନ ନହୁଏଟି ହେଳା ।


ମୋର ମୋର ବଲି କହୁ ଅଛୁ ସଦା

ନରୁହେଟି ମୋର ସତ୍ୟ ହିଁ ସର୍ବଦା,

ଭୁଲି ଯିବେ ସବୁ ରହି ଯିବ ନିନ୍ଦା

ପ୍ରଭୁଙ୍କ ଲିଖନ ସତ୍ୟ ହେବ ସଦା ।


ଜନ୍ମଭୂମି ପାଇଁ କାର୍ଯ୍ୟ ହିଁ ଅପର

କାର୍ଯ୍ୟ କରିବାକୁ ଜନମ ତହର,

ଜନସେବା ଅଟେ କର୍ତ୍ତବ୍ୟେ ଆଧାର

ଅଟେ ମାତୃଭାଷା ପିଣ୍ଡେ ଅଳଙ୍କାର ।


ପ୍ରଭୁ ଭକ୍ତି ଅଟେ ଧର୍ମର ସାଗର

ନିସ୍ବାର୍ଥରେ ଭକ୍ତି କର ନିରନ୍ତର

ଜନସେବା କର କର୍ତ୍ତବ୍ୟ ପଥରେ

କୃଷ୍ଣ ରାମ ଭକ୍ତି କର ନିରନ୍ତରେ ।


ଜଗନ୍ନାଥ ଭକ୍ତି ଜୀବନେ ଅମୃତ

ଅଟେ ରାଷ୍ଟ୍ର ସେବା କର୍ତ୍ତବ୍ୟେ ଜଡ଼ିତ

ଜନସେବା ଅଟେ ସବୁଠୁ ମହତ୍ତ୍ୟ ।


ବହୁ ପୁନ୍ୟ ଫଳେ ମନୁଷ୍ୟ ଜୀବନ

କର୍ମପଥେ ରହୁ ନିତ୍ୟେ ଏହୁ ମନ,

ରାଷ୍ଟ୍ର ସେବା ପ୍ରତି ରହୁ ସଦା ଧ୍ୟାନ

ଅଟେ ସତ୍ୟପଥ ଜୀବନେ ଚନ୍ଦନ ।


Rate this content
Log in

Similar oriya poem from Abstract