କ୍ରୋଧର ନିଆଁ
କ୍ରୋଧର ନିଆଁ
ମର୍ତ୍ତ୍ୟ ମଣ୍ଡଳରେ ଦେହ ବହିଥିଲେ
ଦେବତା ହେଲେ ମରଇ ।
ଜୀବନରେ ଏହା ଧ୍ରୁବ ସତ୍ୟ ଯାଣି
ୟାକୁ କେ ଟାଳି ପାରଇ ।।
ମୃତ୍ୟୁ ଧ୍ରୁବ ସତ୍ୟ ଜାଣିଣ ମନୁଷ୍ୟ
କାହିଁକି ଅବୁଝା ହୁଏ ।
ପାପ ପୁଣ୍ୟ କିଛି ବୁଝି ପାରେନାହିଁ
କ୍ରୋଧର ନିଆଁ ବୁହାଏ ।।
ସ୍ବାର୍ଥକୁ ଆୟତ ନାହିଁ ମନୁଷ୍ୟର
ପର ଧନେ ଲୋଭ କରେ ।
ସୁକର୍ମ ସୁଧର୍ମ ସବୁ ଭୁଲି ଯାଏ
ପାପ କରେ ସେ ସ୍ବାର୍ଥ ରେ ।।
ଗୁରୁ ଜନଙ୍କୁ ତ ସମ୍ମାନ ନଦେଇ
କୁହେ ବହୁ କଟୁ କଥା ।
ନିଜ ଛୋଟ ବେଳ କଥା ଭୁଲି ଯାଏ
ବଡଙ୍କୁ ଦିଏ ସେ ବ୍ୟଥା ।।
ବିଛଣାରେ ପଡି ବୁଢା ବାପା ମାଆ
ବିକଳେ କରନ୍ତି ପାଟି ।
ଝାଡା ପରିସ୍ରାତ ହେଇ ଯାଉଛିରେ
ସଫା କର ଧନ ଝଟି ।।
କ୍ରୋଧେର ନିଆଁରେ ଜର୍ଜରିତ ହେଇ
ବୋହୂ କୁହେ କଟୁ କଥା ।
ଖାଇ ପାରୁନାହିଁ ତୁମ ପାଇଁ ମୁହିଁ
ଗନ୍ଧେ ହୁଏ ମୁଣ୍ଡ ବ୍ୟଥା ।।
ପୁଅ ଚାଲି ଆସି କୁହଇ ବାପାଙ୍କୁ
ଘର ଦ୍ବାର ଗନ୍ଧ କଲ ।
କି ବେଳାରେ ତୁମେ ଜନ୍ମ ନେଇଥିଲ
ବଡ ହିନିମାନ କଲ ।।
ଛୋଟ ସମୟରେ ବାଳୁତ କାଳରେ
ଏଇ ବାପା ମାଆ ମିଶି ।
ନ ଖାଇ ନ ପିଇ ରାତ୍ରି ଉଜାଗର
ହେଉଥିଲେ ଦୁହେଁ ବସି ।।
ଭୁଲି ଗଲେ ପିଲା ବଡ ହେଇକି ଲୋ
ପିଲା ଦିନ ସେବା ଯତ୍ନ ।
ବାପା ମାଆ ଆଜି ବୋଝ ହେଲେ ପୁଣି
ଏ କେଉଁ ପ୍ରକାର ମନ୍ତ୍ର ।।
ରହି ନାହିଁ କେହି ରହିବେ ନାହିଁ ଟି
ଜାଣି କି ଅବୁଝା କିଆଁ ।
ମରିବା ଆଗରୁ ଭକ୍ତି ଅର୍ଘ୍ଯ ଦେଇ
ଲିଭାଅ କ୍ରୋଧର ନିଆଁ ।।