STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ହସ

ହସ

1 min
145

ଓଠ ତଳେ ଯେବେ ହସ ଟିକେ ଖୋଜି ବସେ

ବାହାରେ ଲାଗିଯାଏ କାରଣ ମାନଙ୍କର ଭିଡ଼,

ପ୍ରଶ୍ନ ମାନଙ୍କର ଅବାଞ୍ଛିତ ପାଲଟା ପ୍ରଶ୍ନରେ

ଉତ୍ତର ସବୁ ପାଲଟି ଯାଆନ୍ତି ଲାଜେ ଜଡ଼ସଡ଼। 


ବାହାନା ମୁଁ ଖୋଜିଛି ଅନେକ ଥର ଚେଷ୍ଠା କରି

ମନ ଖୋଲି ଓଠ ଧାରେ ହସ ଟିକେ ଫୁଟାଇବା ପାଇଁ,

କିନ୍ତୁ ଅସଂଖ୍ୟ ଅସନ୍ତୁଷ୍ଟି ଭିତରେ ବାରମ୍ବାର ହୁଏ ଅସଫଳ

ଇତସ୍ତତଃ ଆଖି ପତା ଥରି ଉଠେ କାହିଁ। 


କାରଣ ଅନେକ ମିଳେ ଜୀବନର ଜଟିଳ ଋତୁଚକ୍ରରେ

ଦୁଃଖ ଓ ହତାଶରେ ଚେହେରାକୁ ଝାଉଁଳି ଯିବାକୁ,

ଏବେ ଅଭ୍ୟାସ କରୁଛି ଧୀରେ ଧୀରେ ଏକାନ୍ତରେ ବା ସର୍ବ ସମ୍ମୁଖରେ

କିଛି କାରଣ ନ ଥାଇ ଓଠ ତଳେ ଧାରେ ହସିବାକୁ। 


ହସ ନୁହେଁ ଏକ କୃତ୍ରିମ ଇଶାରା, ହସ ନୁହେଁ ମିଛ ଅଭିନୟ,

ହସ ଏକ ଚିରନ୍ତନ ଶାଶ୍ୱତ ପାରିଜାତ ପୁଷ୍ପଟିଏ

ସନ୍ତୁଷ୍ଟିର ପ୍ରତିବିମ୍ବ ହସ ଓ ଅମୃତର ଅନ୍ୟ ନାମ ହସ

ହସି ହସି ଜିତିବାକୁ ହୃଦ ଲାଗେ ମାତ୍ର ମୁହୁର୍ତ୍ତଟିଏ ।


ହସ ଏକ ପାଗଳାମିଟିଏ, ହସ ଏକ ପ୍ରାଣର ସ୍ପନ୍ଦନ

ସୁଖ ଏକ ହୃଦଭରା ସହଜ ଓ ଖିଆଲି ଆଶ୍ୱାସ,

ସୁଖ ପଛେ ଧାଉଁଥିବା ଦୁଖୀର ନାଭିରେ କସ୍ତୁରୀ ସମ ସେ ସୁଖ

ଓଠ ତଳେ ହସ ଧାରେ ଜୀଇଁବାର ନିବିଡ଼ ବିଶ୍ବାସ

ସେଥିପାଇଁ ହସ ହିଁ ଦେହ ଓ ମନର ସୁସ୍ଥତାର ଏକମାତ୍ର ଓଷ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract