STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ଧାବମାନ ସମୟ

ଧାବମାନ ସମୟ

1 min
225

ସବୁ ଭାବପ୍ରବଣତାକୁ ଅଣଦେଖା କରି

ହାରଜିତର ହିସାବ ନକରି

ପ୍ରାପ୍ତି ଅପ୍ରାପ୍ତିର ଲାଳସା ନକରି

ଧାଉଁଥାଏ ସମୟ ବିଳମ୍ବ ନକରି।


ତେଜି ଯେତେ ଲୋଭ ମୋହର ସଂସାର

ଭୁଲି ଯେତେ ସବୁ ପର ଆପଣାର

ଶତ ବନ୍ଧନର ଶୃଙ୍ଖଳକୁ ଭେଦି

ଧାଉଁଥାଏ ସମୟ ବିଳମ୍ବ ନକରି।


କିଏ ରହିଗଲା କିଏ ସାଥ ଦେଲା

ଭ୍ରମିତ ହୁଏନା ତୁଛା ଜୀବନ ପାଲା

ଦୂର ଦିଗନ୍ତର ଆବରଣ ଚିରି

ଧାଉଁଥାଏ ସମୟ ବିଳମ୍ବ ନକରି।


ନିଶ୍ବାସକୁ କେବେ ତିଳେ ନ ଭରସି

ବିଶ୍ୱାସର ମାୟାଜାଲେ ସେ ନ ଫସି

କାହା ପାଇଁ କେବେ ପ୍ରତୀକ୍ଷା ନକରି

ଧାଉଁଥାଏ ସମୟ ବିଳମ୍ବ ନକରି।


ଲକ୍ଷହୀନ ତାର ଯାତ୍ରା ଅବିରତ

ଅଜଣା ସେ ଯାଯାବରର ଚରିତ

ସମଗତିରେ ଯନ୍ତ୍ର ମାନବଟେ ପରି

ଧାଉଁଥାଏ ସମୟ ବିଳମ୍ବ ନକରି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract