STORYMIRROR

Subhalaxmi Nayak

Abstract

3  

Subhalaxmi Nayak

Abstract

ଟଙ୍କା ଗଛ

ଟଙ୍କା ଗଛ

1 min
202

ଦେଖିଲି ମୁଁ ଗୋଟିଏ ଏମିତି ସପନ

ସପନକୁ ଦେଖି ଭାବୁଛି ରାତିଦିନ ।


କାଚ ଗିଲାସରେ ପଇସା ଭରି

ଲଗାଇ ଦେଇଛି ଗଛଟିଏ ଏପରି ।


ସେ ଗଛ ଦିନେ ହୋଇଛି ଦ୍ରୁମ ଭଳି

ପତର ଜାଗାରେ ରହିଛି ଟଙ୍କା ଓହଳି ।


ଯେଉଁଥିରେ ଥିଲା ପତର ଚାରି

ଏବେ ସେହି ଗଛ ଟଙ୍କାରେ ଭରି ।


ବାଲଟି ଧରି ଗଛର ତଳେ ରହିଛି ଚାହିଁ

ଯେମିତି ଟଙ୍କାଟିଏ ବି ତଳେ ପଡ଼ିବ ନାହିଁ ।


ନିଦ ଭାଙ୍ଗିଲା ସକାଳୁ କାଉ ଡ଼ାକ ଶୁଣି

ସପନ ଭୁଲି ଯାଅ ଏବେ ବିଲରେ ବିହନ ବୁଣି ।


ଟଙ୍କା ଗଛ ବୋଲି ସଂସାରେ ଥାଆନ୍ତା ଯଦି

କଷ୍ଟ ନ କରି ମଣିଷ ଖଟରେ ପଡ଼ନ୍ତା ଆଖିକୁ ମୁଦି।



Rate this content
Log in

Similar oriya poem from Abstract