ସାବିତ୍ରୀ
ସାବିତ୍ରୀ
ସତୀ ଶିରୋମଣି ସାବିତ୍ରୀ
ପତିର ଦୀର୍ଘାୟୁ କାମନା ଯାହାର ଧର୍ମ
ଯିଏ ଅଳ୍ପାୟୁ ଜାଣି ମଧ୍ୟ ଅଟଳ ,
ତା'ର ସତୀତ୍ବକୁ ନିଃକଳଙ୍କ ରଖିବା ପାଇଁ
ସେ ବିପଦପୂର୍ଣ୍ଣ ସୀମାକୁ ଲଂଘି ଯାଏ ।
ନିଡର ନିର୍ମଳ ଭାବନା ସର୍ବଦା
ସଫଳତା ଦିଏ ।
ତା'ର ସତୀତ୍ୱ ତେଜ ଏବଂ ଅନୁନୟ
ବିନୟ ସମ୍ମୁଖରେ ଯେ ବି ହେଉ
ମୃତ୍ୟୁର ଦେବତା କି ସୃଷ୍ଟିର ପାଳନ କର୍ତ୍ତା
ବର ଦେବା ପାଇଁ ପଛାନ୍ତି ନାହିଁ ।
ଦୁଇ କୁଳର ହିତ କାରିଣୀ
ଆପଣ ମହାନତା ଗୁଣରେ ମଙ୍ଗଳ
କରି ଥାଏ ।
ସେହି ତ ସର୍ବ ଗୁଣ ବୁଦ୍ଧିମତୀ ସାବିତ୍ରୀ ।
ସ୍ବାମୀ ଶୁଭ ମନାସିବା ପାଇଁ ଡାଲା ଭର୍ତ୍ତି
ଫଳମୂଳ ବିଧି ପୂର୍ବକ ବାଢି ଥାଏ ।
ତା'ର କୋମଳ ମନ ତଳେ ଅଗାଧ ବିଶ୍ଵାସ,
ମଥାର ସିନ୍ଦୂର ହାତର ଶଙ୍ଖା ଅହ୍ୟରାଣୀର
ଦ୍ଵାର ପର୍ଯ୍ୟନ୍ତ ପହଞ୍ଚାଇ ଥାଏ ।
ଜୀବନ ରୂପକ ଡଙ୍ଗାରେ ବସି
ସ୍ବାମୀ ସହିତ ପାରି ହୋଇ ଯିବ ଆର ପାରିକି ।
ପ୍ରତି ମୂହୁର୍ତ୍ତରେ ସାବିତ୍ରୀ ଭାବନା
ମୋ ସ୍ବାମୀ ହିଁ ମୋର ଇହ କାଳର ପର କାଳର
ଦେବତା ।
ସେଥିପାଇଁ ତ ତା'ର ସ୍ନେହ ପ୍ରୀତି ଭଲ ପାଇବା
ଟାଣି ନେଇ ଯାଏ ମୃତ୍ୟୁ ଲୋକର ସୀମା ପର୍ଯ୍ୟନ୍ତ।
ସତରେ ସାବିତ୍ରୀ ଭଳି ପ୍ରତ୍ୟେକ ନାରୀ ଯଦି
ଅନୁଗାମିନୀ ହୁଅନ୍ତେ , କେମିତି ହୁଅନ୍ତା ।
ପ୍ରଭାତୀର ଭାବନା ,ସବୁ କଳୁଷକୁ
ପରିତ୍ୟକ୍ତ କରି ନାରୀ ଓ ପୁରୁଷ
ପ୍ରତିଜ୍ଞାବଦ୍ଧ ହେବା ,ଯେ
ଆମେ ସୁସ୍ଥ ସମାଜ ଗଠନ କରିବା ।
ସାବିତ୍ରୀ ଚରିତ୍ର ଆମ୍ଭ ମାନଙ୍କ ପାଇଁ ମାର୍ଗ ଦର୍ଶକ
ହେଉ ।
