ପୁନଶ୍ଚ ଆରମ୍ଭ
ପୁନଶ୍ଚ ଆରମ୍ଭ
ପହିଲି ଆଷାଢ଼ ଛୁଏଁ ଧରା ତନୁ
ଆକାଶରେ ନାହିଁ କଳା ମେଘ
ଶିଖୀ ଚାହେଁ ବାର ବାର
ଚାତକିନୀ ସମ ବିରହିଣୀ ସେ
ପାଦ ତାର ଆଜି ଛନ୍ଦହୀନ
ଝାପସା ଝାପସା ଦିଶେ ଅନ୍ଧାର
ଝିପି ଝିପି ବର୍ଷାରେ
ପତ୍ର ଫାଙ୍କରୁ ଟପ ଟପ
ଝରୁଛି ବର୍ଷା
ରାତି ବଢ଼ି ବଢ଼ି କ୍ରମଶଃ
ପାହାନ୍ତା ପ୍ରହର
ଫୁକିଆ ଜହ୍ନ ଟା ଦିଶିଲାଣି
ଆକାଶରେ
ପ୍ରତ୍ୟୁଷର ଅୟମାରଂଭ
ରାବଦେଲେ କାକ କୁକ୍କୁଟ
କୁମ୍ଭାଟୁଆ କରେ ନିଦ୍ରା ଭଙ୍ଗ
ପ୍ରାତଃ ଭ୍ରମଣ ରେ ଚାଲୁଚାଲୁ
ପଥ ଧାରେ ଧାରେ
ନିସ୍ତବ୍ଧ ପୃଥିବୀ
ଖାଁ ଖାଁ ପଣା ମନେ ଜାଗେ
ରାତ୍ରୀର ସପନ ଅସ୍ପଷ୍ଟ
ଅଭାବବୋଧରେ ଦିନ ଯାଏ ସରି
ପୁନଶ୍ଚ ରାତ୍ରୀ ତାପରେ ଦିନ
ନୂତନ ସମ୍ଭାବନା
ନୂତନ ଉନ୍ମାଦନା ନେଇ
ଧାଏଁ ଆଶା ମରୀଚିକା ପଛେ
ମୃଗତୃଷ୍ଣା ର ମାୟାରେ
ଛନ୍ଦି ହୋଇ
କାମନାର ଟ ଇତି ନାହିଁ
ଦୁଃଖର କାରଣ ହେଲେ ଵି
ମନର ଭୋକ ଅନ୍ତରର ଶୋଷ
ମେଣ୍ଟାଇବା ସମ୍ଭାବନାରେ
ଧାଇଁଥାଏ ଗନ୍ତବ୍ୟ ପଥରେ
ସମୟର ଶେଷ ଧାର ଯାଏଁ ।
