STORYMIRROR

Swarnalata Dash

Abstract

3  

Swarnalata Dash

Abstract

ପୁନଶ୍ଚ ଆରମ୍ଭ

ପୁନଶ୍ଚ ଆରମ୍ଭ

1 min
206

ପହିଲି ଆଷାଢ଼ ଛୁଏଁ ଧରା ତନୁ 

ଆକାଶରେ ନାହିଁ କଳା ମେଘ

ଶିଖୀ ଚାହେଁ ବାର ବାର

ଚାତକିନୀ ସମ ବିରହିଣୀ ସେ

ପାଦ ତାର ଆଜି ଛନ୍ଦହୀନ

ଝାପସା ଝାପସା ଦିଶେ ଅନ୍ଧାର

ଝିପି ଝିପି ବର୍ଷାରେ

ପତ୍ର ଫାଙ୍କରୁ ଟପ ଟପ

ଝରୁଛି ବର୍ଷା

ରାତି ବଢ଼ି ବଢ଼ି କ୍ରମଶଃ

ପାହାନ୍ତା ପ୍ରହର

ଫୁକିଆ ଜହ୍ନ ଟା ଦିଶିଲାଣି

ଆକାଶରେ

ପ୍ରତ୍ୟୁଷର ଅୟମାରଂଭ

ରାବଦେଲେ କାକ କୁକ୍କୁଟ

କୁମ୍ଭାଟୁଆ କରେ ନିଦ୍ରା ଭଙ୍ଗ

ପ୍ରାତଃ ଭ୍ରମଣ ରେ ଚାଲୁଚାଲୁ

ପଥ ଧାରେ ଧାରେ

ନିସ୍ତବ୍ଧ ପୃଥିବୀ

ଖାଁ ଖାଁ ପଣା ମନେ ଜାଗେ

ରାତ୍ରୀର ସପନ ଅସ୍ପଷ୍ଟ

ଅଭାବବୋଧରେ ଦିନ ଯାଏ ସରି

ପୁନଶ୍ଚ ରାତ୍ରୀ ତାପରେ ଦିନ

ନୂତନ ସମ୍ଭାବନା

ନୂତନ ଉନ୍ମାଦନା ନେଇ

ଧାଏଁ ଆଶା ମରୀଚିକା ପଛେ

ମୃଗତୃଷ୍ଣା ର ମାୟାରେ

ଛନ୍ଦି ହୋଇ

କାମନାର ଟ ଇତି ନାହିଁ

ଦୁଃଖର କାରଣ ହେଲେ ଵି

ମନର ଭୋକ ଅନ୍ତରର ଶୋଷ

ମେଣ୍ଟାଇବା ସମ୍ଭାବନାରେ

ଧାଇଁଥାଏ ଗନ୍ତବ୍ୟ ପଥରେ

ସମୟର ଶେଷ ଧାର ଯାଏଁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract