ଗୃହଲକ୍ଷ୍ମୀ
ଗୃହଲକ୍ଷ୍ମୀ
ଅମାନିଆ ଅଶ୍ରୁ ପଣତରେ ପୋଛି
ବିଦାୟ ଦେଉଛି ଝିଅ ।
ବାମ ପାଦ ଦେଇ ଗୃହେ ପ୍ରବେଶିବୁ
ପଣତେ ପୋଛିଦେ ଲୁହ ।
ସଭିଙ୍କୁ ସମ୍ମାନ କରିବୁଲୋ ଝିଅ
ଗୃହଲକ୍ଷ୍ମୀ ବୋଲାଇବୁ ।
ତୁଳସୀ ମୂଳରେ ସଂନ୍ଧ୍ଯାବତୀ ଦେବୁ
ସକାଳୁ ନିତି ଉଠିବୁ ।
ଅତିଥି ବ୍ରାହ୍ମଣ ସେବା କରୁଥିବୁ
ମନ ଜାଣି ପରଷିବୁ ।
ରାଗ ରୋଷ କ୍ରୋଧ ମନେ ନ ଧରିବୁ
ପଥର ପରି ସହିବୁ ।
ଶାଶୁ ଶଶୁରଙ୍କୁ ନିଜର କରିବୁ
ଦିଅର ନଣନ୍ଦ ସ୍ନେହ ।
ଗୁରୁଜନେ ସଦା ଭକତି କରିବୁ
ଆଖିରୁ ନଗଡା ଲୁହ ।
ଦୁହିତା ଜନମ ଦୁଇକୂଳ ହିତା
ସବୁ ଦୁଃଖ ସହିଯିବୁ ।
ଛାତିକୁ ପଥର କରି ତୁ ଚଳିଲେ
ଗୃହଲକ୍ଷ୍ମୀ ବୋଲାଇବୁ ।
ମଙ୍ଗଳ ମନାସି ରହୁଛି ଝିଅ ଲୋ
ସୁଖରେ ସଂସାର କର ।
ଅହ୍ଯସୁଲକ୍ଷଣୀ ହେବୁ ଗୃହଲକ୍ଷ୍ମୀ
ସାକ୍ଷୀ ତୋ ଶଙ୍ଖା ସିନ୍ଦୂର ।
