STORYMIRROR

Nalini Subudhi

Others

3  

Nalini Subudhi

Others

ଶୁଭ ରକ୍ଷା ବନ୍ଧନ

ଶୁଭ ରକ୍ଷା ବନ୍ଧନ

1 min
222



ଚାଲି ଆସିଲି ମୁଁ କେତେ ଦୂରେ ଆଜି

ସୁଦୂର ରାଉରକେଲା । 

ଅମାନିଆ ମନ ଝୁରୁଛି ତୁମକୁ

ମନରେ ଦୁଃଖ ରହିଲା । 


ଦୁଇବର୍ଷ ହେଲା କରୋନା ପ୍ରକୋପେ

ବାନ୍ଧି ତ ପାରିଲି ନାହିଁ। 

ବହୁ ସପନରେ ବିଭୋର ମୁଁ ଥିଲି

ଏ ବର୍ଷ ବାନ୍ଧିବି ମୁହିଁ ।


ସବୁ ସ୍ବପ୍ନ ମୋର ଚୁର୍ ମାର୍ ହେଲା

ଅଦିନିଆ ବାଲି ଝଡେ । 

ଝୁରୁଅଛି ଆଜି ମୋ ମନ କପୋତି

ଅମାନିଆ ଅଶ୍ରୁ ଝରେ । 


ଭୂଲିବନି ଭାଇ ପବିତ୍ର ରାକ୍ଷୀ ରେ

ଯେତେ ଦୂରେ ଥାଅ ପଛେ । 

ଭୂଲି ଅଭିମାନ ମୋ ଅଭିନନ୍ଦନ

ମମତା କୁ ସଦା ଇଚ୍ଛେ  । 


ଓଡ଼ିଶା ମାଟିର ପବିତ୍ର ପରବ

ପ୍ରଭୁ ଜଗନ୍ନାଥ ଦେଶେ  । 

ସୁଭଦ୍ରା ଭଉଣୀ ରାକ୍ଷୀ ବାନ୍ଧିଦେଲେ

ଜଗା କରୁଣା ବରଷେ  । 


ପର କରିବନି ରାକ୍ଷୀ ବନ୍ଧନ ରେ

ଏତିକି ମୋ ଅବଶୋଷ । 

କଥା ଦେଉଛି ମୁଁ ରାକ୍ଷୀ ବାନ୍ଧୁ ଥିବି

ଜୀବନ ଶେଷ ନିଶ୍ବାସ  । 


Rate this content
Log in