ଶ୍ରଦ୍ଧାଞ୍ଜଳି
ଶ୍ରଦ୍ଧାଞ୍ଜଳି


ହେପୂଜ୍ଯ ଗୁରୁଜୀ ହେ ମହାନ ସ୍ରଷ୍ଟା
ଶିକ୍ଷାର ମହା ସାରଥି
ତୁମେ ସ୍ମରଣିୟ ଶୁଶିଳ ବିନୟ
ଶିକ୍ଷା ମନ୍ଦିରର ରଥି ।
ତୁମେ ସ୍ନେହାଶିଷ କଲ୍ଯାଣ ଆଶିଷ
ଝରିପଡେ ଶିଷ୍ଯ ଶିରେ
ଲୁଚିଗଲ କାହିଁ କାଳର କବଳେ
ସଦା ତୁମ ସ୍ମୃତି ଝୁରେ ।
କେତେକେତେ ଶିଷ୍ଯ ପାଇ ଶୁଭାଶିଷ
ବଡ ମଣିଷରେ ଗଣା
ହୃଦୟ ତୁମର ଫୁଲଠୁ କୋମଳ
ସ୍ନେହର ମୃଦୁ ଝରଣା ।
ଝୁରୁଛନ୍ତି ଆଜି ଟାଙ୍ଗି ଗ୍ରାମ ବାସୀ
ଝୁରୁଅଛି ବିଦ୍ଯାଳୟ
କେତେ ବଡ ବଡ ଛାତ୍ର ତୁମର
ଡାକ୍ତର ଇଞ୍ଜିନିୟର ।
କେଉଁଠି ରହିଲ ଚିର ବନ୍ଦନୀୟ
ଫେରିଆସ ସ୍ବଦେହରେ
ତୁମ ଛାତ୍ରଛାତ୍ରୀ ଝୁରୁଛନ୍ତି ଆଜି
ଅଶ୍ରୁଭିଜା ନୟନରେ ।