STORYMIRROR

Nalini Subudhi

Classics

3  

Nalini Subudhi

Classics

ଉଠରେ ସନ୍ତାନ ହୁଅ ସଚେତନ

ଉଠରେ ସନ୍ତାନ ହୁଅ ସଚେତନ

1 min
197


ଉଠରେ ସନ୍ତାନ ହୁଅ ସଚେତନ

ଶୁଅନାହିଁ ଆଳସ୍ୟରେ ।

ସ୍ୱାଧୀନ ହୋଇବି କାନ୍ଦୁଛି ତୋ ମାଆ

ଲୁହପୋଛେ ପଣତ ରେ ।


ବୀରର ସନ୍ତାନ ହୋଇ ତୁହି ଧନ

କାପୁରୁଷ ହୁଅନାହିଁ ।

ମାତୃଜାତି ଅଶ୍ରୁ ପୋଛିଦବୁ ଧନ

ସଭିଙ୍କୁ ସୁରକ୍ଷା ଦେଇ ।


କେତେ ମାଆ ବାପା ବୃଦ୍ଧାଶ୍ରମେ ପଡି

ଖୋଜନ୍ତି ତୋର ଆଶ୍ରୟ ।

କେତେ ଭଗ୍ନୀ ଆଜି ଯୌତୁକ ଜୁଇରେ

ଜଳିଯାଏ ଅହରହ ।


କେତେ ଶିଶୁ ଖଟେ ଗୋତି ଶ୍ରମିକରେ

ଅନାଥ ଆଶ୍ରମେ ବଢେ ।

ତାଙ୍କରି ସୁରକ୍ଷା ପାଇଁ ତୁହି ଧନ

ଜୀବନ ମୁରୁଛା ଲଢେ ।


ତେବେ ଯାଇ ଧନ ମାଆର ସମ୍ମାନ

ହେବରେ ନିଶ୍ଚୟ ରକ୍ଷା ।

ପୋଛିବୁ ଲୁହ ତୁ ଭାରତ ମାତାର

ଏତିକି ମାଆର ଭିକ୍ଷା ।


ତୋ ପୂର୍ବ ପୁରୁଷ ଜିତିଥିଲେ ଧନ

କାଶ୍ମିରଠୁ କୁମାରୀକା ।

ତାଙ୍କରି ଔରଷେ ଜାତ ହୋଇ ତୁହି

କରିବୁ ଦେଶ ସୁରକ୍ଷା ।


କେତେ ବୀର ରଥି ପ୍ରାଣବଳୀ ଦେଲେ

ଭାରତ ଜନନୀ ପାଇଁ ।

ଗାନ୍ଧି ଗୋପବନ୍ଧୁ ଦେଲେ ପ୍ରାଣ ବିନ୍ଦୁ

ରକତରେ ଦେଲେ ଧୋଇ ।


ଦେଉଛି ଆଶିଷ ହୁଅ ସୁମଣିଷ

ଜନନୀ ଜନମ ଭୂମି ।

ଜୀବନକୁ ତୋର ଉତ୍ସର୍ଗିତ କର

ମାଟି ମା'ର ସେବା ପାଇଁ ।



Rate this content
Log in

Similar oriya poem from Classics