Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Panda

Abstract

4.0  

Pranati Panda

Abstract

ଆଜିର ବାସ୍ତବତା

ଆଜିର ବାସ୍ତବତା

1 min
170



ମାୟାରେ ମୋହିତ ମଣିଷ ପ୍ରକୃତ

ମାୟାରେ ବାୟା ହୁଅଇ ,

ମାୟା ହଟିଗଲେ ବାସ୍ତବତା ଦେଖି

ମଥା ଚକ୍କର ଦିଅଇ ।


ଯାହାକୁ ଏ ମନ ସଚ୍ଚା ବ୍ୟକ୍ତି ଭାବି

ଗଣ୍ଠିଧନ କରିଥାଏ ,

ପର ମୁହୂର୍ତ୍ତରେ ସେହି ବ୍ୟକ୍ତି ତା'ର

ପରିଚୟ କହିଦିଏ ।


ସ୍ବାର୍ଥ ସମାଜରେ ଆଜି ଦୁନିଆରେ

କା' ଦୁଃଖ କେ' ବୁଝେନାହିଁ ,

ସ୍ବାର୍ଥ ସରିଗଲେ ସହଜରେ ପରା

ଅନ୍ୟ ପାଶେ ଯିବେ ଧାଇଁ ।


ଯେତେଦିନ ତୁମ ଦରକାର ଥିବ

ଦାନ୍ତ ପରି ସାଥେ ଥିବେ ,

କାର୍ଯ୍ୟ ଶେଷ ହେଲେ ଛେପ ପରି ଦିନେ 

ତଳକୁ ପକେଇ ଦେବେ ।


ମୃଦୁ ସମ୍ଭାଷଣେ ମଧୁର ବଚନେ

ଅସ୍ତିତ୍ବକୁ ଚିପି ନେଇ ,

ପର ମୁହୂର୍ତ୍ତରେ ନଇଁ ପଡ଼ିଥିଲେ

ବିଧାଟିଏ ଦେବେ ଥୋଇ ।


ମିଛ ପ୍ରଶଂସାରେ ଚଢ଼ିବନି ଗଛ

ନହେଲେ ଲଟକି ଥିବ ,

ଓହ୍ଲାଇବା ପାଇଁ ପ୍ରୟାସ କରିଲେ 

କ୍ଷତ ହୋଇ ପ୍ରାଣ ଯିବ ।


ଆଜିର ଯୁଗରେ ଏହି ପରିଚୟ

ଏକା ଅଛୁ ଥିବୁ ଏକା ,

ସମୟ ହୋଇଲେ ନିଜ କର୍ମ ସାରି

ବାହୁଡ଼ିବୁ ଦିନେ ଏକା ।


ସମର୍ପଣ ସ୍ୱରେ ସୁଧାମୃତ ଝରେ

ଈଶ୍ୱର ଏକା ଭରସା ,

ସେ ଅଦୃଶ୍ୟ ଶକ୍ତି ଆପଣାଇ ଥିଲେ

ମିଳିବ ଉଚିତ ଦିଶା ।


    

  


Rate this content
Log in

Similar oriya poem from Abstract