ଅନୁଭୂତିର ଇନ୍ଦ୍ରଧନୁ
ଅନୁଭୂତିର ଇନ୍ଦ୍ରଧନୁ
ଦିନ ଥିଲା ଯେବେ କୁକୁଡ଼ା ଡାକରେ
ସୂର୍ଯ୍ୟ ନ ଉ ଉଁଣୁ ବୋଉ ଉଠିଯାଇ,
ଦାଣ୍ଡ ଦୁଆର ଖରକାଇ ।
ବିଛଣାରେ ଶୋଇଥାଏ
ନିର୍ଦ୍ୱନ୍ଦରେ ମୁହିଁ,
ବୋଉର ପତିଶୁଭେ,
ଆରେ ଉଠୁ, ନିତ୍ୟକର୍ମ ସାରି
ପାଠପଢି ଯିବୁ ତୁହି ।
ଚିଡା ଲାଗେ କାହିଁକି ଯେ,
ଏତେ ଶୀଘ୍ର ସୁରୁଜ ଆସେ,
ରାଜନୀର ଅନ୍ତ ଘଟେ,
ବୋଉ ଆଖିରେ କଣ
ନିଦ ନାହିଁ ଯେ
ସକାଳୁ ମୋତେ ଉଠାଇବାକୁ
କରୁଛି ପ୍ରୟାସ ।
ବାପା ଗଣ୍ଡେ ଖାଇଦେଇ
ନିଜ କାର୍ଯ୍ୟ ରେ ଯାନ୍ତି ଚାଲି,
ବୋଉ ନିଜ କଥା ଭୁଲି
ଆମ ପାଇଁ ହେଉଥାଏ ଭାଳି ।
ଖରଲେଉଟାଣି ବେଳ
ବିଦ୍ୟାଳୟୁ ଆସି ଫେଇ,
ଭାତ,ଡ଼ାଲି ସାଥେ ଶାଗ ଭଜା ,
ଗଣ୍ଡେ ଦେଇ ଖାଇ,
ସାଙ୍ଗ ସାଥୀ ମେଳେ ,
ଖେଳେ ଯାଉ ମାତି
ସନ୍ଧ୍ୟା ନହଉନୁ ବୋଉର
ଡାକରା ପହଞ୍ଚଇ ନୀତି ।
ମନର ଆକାଶେ ଆଜି
ଇନ୍ଦ୍ରଧନୁ ସମ ସାଜି,
ଅନୁଭୁତିର ସେ ସାତ ରଙ୍ଗ,
ହୃଦତନ୍ତ୍ରୀ ଭିଜଉଛି ।
ସତେକି ଆସିବ ଫେରି
ସେ ଅଭୁଲା ଦିନ,
ଯେଉଁଠି ମିଳିମିଶି ଗୋଟେ ଛାତ ତଳେ ବିତିଥିଲା ,
ଏକ ସୁନ୍ଦର ଜୀବନ ।
ଆସନ୍ତା କି ଫେରି ପିଲାଦିନ,
ଦୁରେ ଯାଇ ଏ ଅଲୋଡ଼ା ଯୌବନ ।
