STORYMIRROR

baishnaba meher

Abstract

3  

baishnaba meher

Abstract

ମୋ ଭାବନା

ମୋ ଭାବନା

1 min
175

ଇଚ୍ଛା ହୁଏ...

ମୁକ୍ତ ଆକାଶରେ ଡେଣା ମେଲେଇ...

ଉଡିବାକୁ ବିହଙ୍ଗ ସଦୃଶ,

ଜୀବନର ଦୁର୍ବଳ ମୁହୂର୍ତ୍ତକୁ...

ପାଦତଳେ ଦଳିଦେଇ,

ମୁକ୍ତାକାଶେ କରନ୍ତି ଅଭିନୟ ।


ଇନ୍ଦ୍ରଧନୁର ସପ୍ତରଙ୍ଗେ...

କରନ୍ତି ନିଜକୁ ଅଙ୍ଗିକୃତ,

ଭସା ବାଦଲ ସାଥେ..

କରନ୍ତି ସ୍ୱଳ୍ପ ଆଳାପ,

କାହିଁକି ନା...

ମୋ ଜୀବନ ବି...

ଭସା ବାଦଲ ସଦୃଶ ।


ମନ ଭରି ପରଖି ଦେଖିବି...

ରଙ୍ଗୀନ ପ୍ରଜାପତି...

ହାତ ପାପୁଲିରେ ଧରି,

ଗପିଯିବି ଅନେକ କଥା...

କାଳେ....

କମିଯିବ ହୃଦୟର ବ୍ୟଥା ।


ଉଡି ଉଡି ଚାଲିଯିବି...

ଦୂର ଦେଶ...

ଦେଖି ଆସିବି ଥରେ,

ପାଶ୍ଚାତ୍ୟ ପରମ୍ପରା..

ଦେଖିବି ଭିନ୍ନ ଭିନ୍ନ ଦେଶ,

ଶିଖିବି ଭିନ୍ନ ଭିନ୍ନ କଥା ।


ହେଲେ...

ଶାନ୍ତି କାହିଁ...

ଯୋଉ ଶାନ୍ତିକୁ ଖୋଜୁଛି...

ସେ ତ....

ପିଲା ଦିନର...

ମା ପଣତ କାନିରେ ଲୁଚି ଯାଇଛି ।



Rate this content
Log in

Similar oriya poem from Abstract