Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

baishnaba meher

Others

4  

baishnaba meher

Others

ଅଦୃଶ୍ୟ ଶକ୍ତି

ଅଦୃଶ୍ୟ ଶକ୍ତି

1 min
243



ଯନ୍ତ୍ରଣା ଯେତେ ବଢ଼ି ବଢ଼ି ଯାଏ,

ସାହସ ସେତିକି ବଢ଼ି ବଢ଼ି ଯାଏ;

ସମ୍ପର୍କରେ ଯେବେ ଅବିଶ୍ବାସ ଆସେ,

ବଞ୍ଚିବା ସେତିକି କଷ୍ଟ ହୁଏ ।


ସମୁଦ୍ର କୂଳେ ଏତେ କୋଳାହଳ,

କିନ୍ତୁ ସ୍ଥିର ପ୍ରଶାନ୍ତ ଛାତି;

ସଂସାରର ଲୁହକୁ ନିଜର କରେ,

ହସ କାନ୍ଦ ନିଜର ନାହିଁ ।


କିଏ ଜୀବନକୁ କରୁଛି ଆୟତ୍ତ,

ସେ ଅଦୃଶ୍ୟ ଶକ୍ତିକୁ ନମସ୍କାର;

କେବେ ସୁଖ କେବେ ଦୁଃଖ,

ବଞ୍ଚିବାହିଁ ହସ ଲୁହର ମୁହୂର୍ତ୍ତ l


ବଞ୍ଚିବାକୁ ହେବ ଦୁଃଖକୁ ପିଇ,

ସ୍ମୃତିରୁ ସୁଖକୁ ଏକାଠି କରି,

ଦୁଃଖ ମୁହୂର୍ତ୍ତଙ୍କୁ ଭୁଲିବାକୁ ହେବ,

ସୁଖ ସଂସାର ଗଢ଼ିବା ପାଇଁ l


ଜୁଆର ଭଳି ଜୀବନେ ଆସେ,

କେତେ ସମୟ ଉତ୍ଥାନ ପତନର;

ସଂଚାର କରି ସଦ୍ଭାବନା ମନରେ,

ସଂସାର ଭିତରେ ବଞ୍ଚିବାକୁ ହେବ ।


ଉଜ୍ଜଳ ଶକ୍ତିର ଉଜ୍ଜଳିମାରେ,

ପ୍ଲାବନ କରି ମନ ପ୍ରାଣ;

ସେ ଶକ୍ତିକୁ କରି ସ୍ମରଣ,

ଜୀଇଁବାକୁ ହେବ ଏ ଜୀବନ ।।


Rate this content
Log in