Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

baishnaba meher

Inspirational

3  

baishnaba meher

Inspirational

ମୋ ଜୀବନେ ଆସିନି ପୂର୍ଣ୍ଣଚ୍ଛେଦ

ମୋ ଜୀବନେ ଆସିନି ପୂର୍ଣ୍ଣଚ୍ଛେଦ

1 min
133


ହେବାକୁ ଚାହେଁନି...

ମୃତ୍ଯୁ ପଥଗାମୀ,

ସତ ଏହା...

ଶୂନ୍ୟରେ ଆସିଥିଲି l


କିନ୍ତୁ;

ବୟସର ତାଳେ ତାଳେ...

ସମୟ ସୁଅରେ...

ଗଡ଼ି ଚାଲିଛି...

ଜୀବନ ଗାଡ଼ି l


ଆଉ...

ପାଇବାକୁ ଅଛି ଅନେକ,

ସ୍ଵପ୍ନମାନେ ବି ଜାଗୃତ,

ମୋ ଜୀବନେ...

ଆସିନି ପୂର୍ଣ୍ଣଛେଦ l


ନରମି ଯାଇନି...

ସ୍ନାୟୁର ରକ୍ତ,

ପୂର୍ବ ପରି...

ଆଜିବି ସତେଜ l


ପାର୍ଥକ୍ଯ ଏତିକି...

ଦୁନିଆ ଆଗରେ...

ବଢି ଯାଇଛି...

ମୋ ବୟସ l


ବୟସ ମାତ୍ର...

ଅଙ୍କ ଭଲି,

ମନପକ୍ଷୀ ଖୋଜେ...

ଭାବର ପୀରତି l


ବିଶ୍ଵାସର କୋଠାଘରେ...

ଅବିଶ୍ୱାସର ସିନ୍ଦୁକ,

ସତରେ ଲାଗେ...

କିଏ ଜଣେ...

କାଟିଦେଇଛି ପର l


ଅଧା ସ୍ଵପ୍ନମାନଙ୍କୁ...

ସଫଳ କରିବାକୁ...

ଅଛି କ୍ଷମତା ମୋର,

କାହିଁକିନା...

ମୋ ଜୀବନେ...

ଆସିନି ପୂର୍ଣ୍ଣଛେଦ l



Rate this content
Log in

Similar oriya poem from Inspirational