Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

baishnaba meher

Inspirational

4  

baishnaba meher

Inspirational

ସ୍ୱାଭିମାନ

ସ୍ୱାଭିମାନ

1 min
282


ଅହଂଭାବ ଆଉ ସ୍ୱାଭିମାନ

ଦୁଇଟି ବିପରୀତ ମନୋଭାବ;

ଅହଂଭାବ, ଅହଙ୍କାର ସହ ଅଭିମାନ,

ସ୍ୱାଭିମାନଟି ସକାରାତ୍ମକ ଅଭିମାନ l


ସମୁଦ୍ର ବେଳାଭୂଇଁରେ ଯେବେ

ଛାଡ଼ିଯାଏଁ ନିଜ ଚିହ୍ନ,

କାହିଁକି ଲହଡ଼ି ଆସି

ଧୋଇନିଏ ସବୁ ସପନ l


ଗଢିଚାଲେ ସ୍ବପ୍ନର ବାଲିଘର

କାହା ପଦାଘାତରେ ଭାଙ୍ଗିଯାଏ,

ତଥାପି ମୋ ସ୍ୱାଭିମାନ ପାଇ

ଅନେକ ବାଲିଘର ଗଢୁଥାଏ l


ଦୁନିଆ ନକହୁ ମୋତେ

ଭୀରୁ କାପୁରୁଷ ବୋଲି,

ଏମିତି ସବୁଦିନ ଚାଲିଥାଉ

ମୋ ଜୀବନର ଲଢ଼େଇ l


ମୋ ଦେହେ ନ ଲାଗୁ

କେବେ କଳଙ୍କର ଚିହ୍ନ,

ମୋ ସ୍ୱାଭିମାନ, ମୋ ଗର୍ବ

ସଦା ରହୁ ଅକ୍ଷୂର୍ଣ୍ଣ l


Rate this content
Log in

Similar oriya poem from Inspirational