Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

baishnaba meher

Others

3  

baishnaba meher

Others

ଫଗୁଣ ଆସିଛି ଅବିର ନେଇ

ଫଗୁଣ ଆସିଛି ଅବିର ନେଇ

1 min
125


ଫଗୁଣ ଆସିଛି ଅବିର ନେଇ  

ନାନା ଫୁଲେ ସଜେଇଛି ଧରଣୀ;

ବାଜା ତୁରୀ ଭେରୀ ଶବଦେ 

ମନ ନାଚେ ହସ ଉଲ୍ଲାସରେ l


ହାତରେ ଧରି ଅବିର ଥାଳି  

ପ୍ରେମିକ ପ୍ରେମିକା ଖେଳନ୍ତି ହୋଲି;

ପୁଅ ଝିଅ ସ୍ଵାମୀ ସ୍ତ୍ରୀ 

ଖେଳନ୍ତି ହୋଲି ଧରି ପିଚକାରୀ l


ସାଇ ପଡ଼ିଶା ଏକାଠି ହୋଇ  

ଭାଙ୍ଗ ନିଶାରେ ମାତି ଯାଆନ୍ତି;

ରାଗ ରୁଷା ଅଭିମାନ ଛାଡି  

ସ୍ନେହ ଶ୍ରଦ୍ଧା ପ୍ରେମ ଦିଅନ୍ତି ବାଣ୍ଟି l


ପ୍ରୀତି ପିଚକାରୀ ସଜ ଅଛି 

ସପ୍ତରଙ୍ଗ ଛିଟା ଦେବି ବୋଲି;

ଗୋଲାପି ଅବିର ତୁମ ଗାଲରେ  

ଧୀରେ ଧୀରେ ଦେବୀ ଲଗେଇ l


ତୁମ ଆଖିର କଜଳରୁ ଟୋପେ 

ମୋ ଗାଲରେ ଦେବ ଲେପି;

ତମ ଓଠର ଗୋଲାପି ରଙ୍ଗରୁ 

ମୋ ଓଠରେ ଦେବ ଲଗେଇ l 



Rate this content
Log in