STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ଅତୀତ ଯେବେ ଚେଇଁଉଠେ

ଅତୀତ ଯେବେ ଚେଇଁଉଠେ

1 min
234

ଅତୀତ ଯେବେ ଚେଇଁଉଠେ

ସ୍ମୃତିର ଜୀବାଶ୍ମକୁ ଆଡ଼େଇ ଆଡ଼େଇ

ଅଧାଲେଖା ଅନେକ କାହାଣୀ

ମୁଣ୍ଡଟେକି କରନ୍ତି ବୃଥା ଆସ୍ଫାଳନ

ଘଟଣାର ଯଥାର୍ଥତାରେ 

ବାକିଥିବା ସ୍ୱାକ୍ଷରଟେ କରିଦେବା ପାଇଁ। 


ଅତୀତ ଯେବେ ଚେଇଁଉଠେ

ଚିହ୍ନ ଥିବା କ୍ଷତର ଚାଦର ଆଡ଼େଇ

ସଜ ସଜ କୋହ ସବୁ ଦ୍ବିଗୁଣିତ ହୋଇ

ଲହୁ ଲୁହ ଧାର ଦେଇ ଝରିଆସେ

ବର୍ତ୍ତମାନକୁ ଭିଜେଇ ଭିଜେଇ। 


ଅତୀତ ଯେବେ ଚେଇଁଉଠେ

ଆଦ୍ୟ ବସନ୍ତରେ କଦମ୍ବ ଗଛକୁ ହଲେଇ ହଲେଇ

ଖୁସିର ମହାଯଜ୍ଞରେ ବଳକା ଆହୁତି ପଡ଼େ

ଦୁଃଖ ହୁଏ ଭସ୍ମୀଭୂତ ସୁଖର ନିଆଁରେ

ହସ ଉକୁଟି ଉଠେ ଝାଉଁଳା ଓଠକୁ ଥରେଇ ଥରେଇ। 


ଅତୀତ ଯେବେ ଚେଇଁଉଠେ

ଅଧାସ୍ୱପ୍ନର ମଝି ଛକରେ

କିଛି ଜର୍ଜରିତ ଇତିହାସକୁ ପୁନଃ ଦୋହରେଇ

କେବେ ନିଦ ହଜିଯାଏ ରାତି ରାତି ଧରି

କେବେ ପ୍ରୀତି ସରିଯାଏ ଜୀବନ ପାଶୋରି

କିଛି ଅନୁତାପ ଓ କିଛି ପଶ୍ଚାତାପରେ

ଥକିଯାଏ ଜୀବନଟା କିଛି ସତେ ଦେଇଛି ହଜେଇ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract