STORYMIRROR

Rama chandra Pradhan

Abstract

3  

Rama chandra Pradhan

Abstract

ସ୍ୱାମୀ ବିବେକାନନ୍ଦ

ସ୍ୱାମୀ ବିବେକାନନ୍ଦ

1 min
307

ଅବତରି ଆସ ହେ ବିବେକାନନ୍ଦ

ଏ ଧରାକୁ ପୁଣି ଥରେ

ବେଦ ବେଦାନ୍ତର ମର୍ମସ୍ପର୍ଶୀ ଗାଥା

ଶୁଭୁ ତୁମ ବକୃତାରେ l

ତବ ନୀତିବାଣୀ ଅନୁଚିନ୍ତା କଥା

ଶୁଣାଅ ସଭିଙ୍କ କାନେ

ଜ୍ଞାନବୀଜ ବୁଣି ଭର ଆତ୍ମିୟତା

ଆମ ଏ କଳୁଷ ମନେ l

ମାନବର ଧର୍ମ ଦିଅ ହେ ଶିଖାଇ

ଜାଳିଦେଇ ଜ୍ଞାନଦୀପ

ବ୍ରହ୍ମଚାର୍ଯ୍ୟ ବ୍ରତେ ଆଲୋକ ଦେଖାଇ

ଦୂର କର ମାନସ୍ତାପ l

ସାଧନା ମାର୍ଗରେ ଯୁବ ସମାଜକୁ

ଦିଅ ଆଧ୍ୟାତ୍ମିକ ଜ୍ଞାନ

ଆତ୍ମ ସଂଯମର ଦୃଢ଼ ମନୋବଳେ

ଶ୍ରେଷ୍ଠ କର ତନୁମନ l

ପ୍ରେମ ଡୋରେ ବାନ୍ଧି ବଦଳାଇ ଦିଅ

ସ୍ୱାର୍ଥପର ମନୋଭାବ

ଜାତିସ୍ମର ସାଜି ନୀତି ଆଦର୍ଶରେ

ହୁଅ ହେ ଯଶସ୍ବୀ ଭବ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract