ପୁରୀ
ପୁରୀ
ଆସ ବୁଲିଯିବା ପୁରୀ ,
ଜଗା ଡାକେ ହାତ ଠାରି ।
ବଡ ଦାଣ୍ଡେ ଭକ୍ତ ଭିଡ,
ପଣ୍ଡା ପଢ଼ିହାରୀ ମାଡ ।
ନେତ ଦେଖି ଯିବୁ ! ମିତ,
ଭିଡକୁ ନହୋଇ ଭିତ ।
ବାଇଶି ପାହାଚ ମେଳା,
ଭକ୍ତ ଜାକ ଭେଳା ଭେଳା ।
କୋଭିଡି ଟେଏଷ୍ଟ ହବୁ ,
ସୁରକ୍ଷିତେ ପ୍ରବେଶିବୁ ।
ଚକାଆଖି ପାଖେ ମନ,
ଜାଣୁନାହି ରାତି ଦିନ ।
ନରେନ୍ଦ୍ରରେ ସ୍ନାନ ଯୋଗ,
ହେବ କି ନହେବ ଭୋଗ ।
କଳା ଶ୍ରୀମୁଖକୁ ଦେଖ,
ମିଛରେ ଭିଆଏ ଦୁଃଖ ।
ମହାପ୍ରସାଦକୁ ଖାଇ,
ଆନନ୍ଦରେ ମୁଗ୍ଧ ହୋଇ ।
ବାଇଶି ପାହାଚେ ବସି,
ମୋହ ନାଶେ ଯିବି ଭାସି ।
ବାହା ମେଲା ପାଛୋଟାଣି, (ଦେଖି)
ଆଖିରେ ଆସିବ ପାଣି ।
ସମୁଦ୍ର ସ୍ନହାନ କଥା,
ଭୁଲିବ କିପରି ମଥା ।
ଶେଷେ ସ୍ୱର୍ଗଦ୍ୱାର ଯିବା,
ଇର୍ଶା ମୋହ ମୁକ୍ତ ହେବା ।
ଆସ ବୁଲିଯିବା ପୁରି,
ଜଗା ଡାକେ ହାତ ଠାରି ।