Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

PRAMOD KUMAR SAHOO

Drama Tragedy

3  

PRAMOD KUMAR SAHOO

Drama Tragedy

ମୁଁ ସେହି ଗାଆଁର ପୁଅ

ମୁଁ ସେହି ଗାଆଁର ପୁଅ

1 min
160


ମୁଁ ସେହି ଗାଆଁର ପୁଅ 

ବିଲ ମାଳ ତୋଟା  ସବୁଜ ଭୁଇଁ ,

କୁମ୍ଭାର ଗଢାର   ପବନ ସାଇଁ ।

ସମାଦି ବାଘର  ଚାଖୁଣ୍ଡା ମୂଳେ, 

ସରଗର ଶାନ୍ତି   ସେଇଠି ମିଳେ ।

ଭାବିଲେ ଆସୁଛି କୋହ, 

ମୁଁ ସେହି ଗାଆଁର ପୁଅ ।(2)

ରାଉତ ବାରିରେ   ପାକିଲି ଖେଳ, 

ଘରକୁ ଫେରେ ମୁଁ  ବୁଡିଲେ ବେଳ ।

କେନ୍ଦୁ ଗଛେ ଡିଆଁ  ଡିଇଁ କଥାକୁ,

ଆଜି ବି ଭାବୁଛି   ସେହି ଗାଥାକୁ ।

ଆଖିରେ ଆସଇ ଲୁହ, 

ମୁଁ ସେହି ଗାଆଁର ପୁଅ ।(2)

ବିଶ୍ୱନାଥ ସାର୍  ଆମ୍ବ ବାଡିକୁ, 

ଆମ୍ବ ପାଇଁ ଯାଏ  ଧରି ସାଙ୍ଗକୁ ।

ତାଳ ସଜ ପାଇଁ  ଗୋଡ୍ରା ରେ ଥରେ, 

କାଟି ଖାଇଥିଲୁ   ବଡ ମଜାରେ  ।

ସାଙ୍ଗ ସାଥି ମେଳ ସହ, 

ମୁଁ ସେହି ଗାଆଁର ପୁଅ ।(2)

ଘୁଉ ଗାଢିଆରେ   ଦଳ କାଢିବା, 

ମାଛ ଧରି ପୁଣି    ଘରକୁ ନେବା ।

ନଇ ବଢି ଆସି   ପାଣି ପଶିଲେ, 

ବଞ୍ଚି ଛଡି ଧରି    ଜଗିବେ ପିଲେ ।

ମାଛ କେ ଖାଇବ ନିଅ, 

ମୁଁ ସେହି ଗାଆଁର ପୁଅ ।(2)

ସନ୍ଧ୍ୟା ସମୟରେ  ତାରିଣୀ ପାଶେ, 

ଗୋଡ ହାତ ଧୋଇ  ଆଳତୀ ବସେ ।

ଭୋଗ ବଣ୍ଟା ବେଳେ   ହାତ ବଢେଇ, 

ଭୋଗ ଖାଇ ସାରି  ଫେରଇ ଧାଇଁ ।

ଗୁରୁ ଠାରେ ମଥା ନୁଅଁ, 

ମୁଁ ସେହି ଗାଆଁର ପୁଅ ।(2)

ଗାଆଁ ଅଷ୍ଟପ୍ହରୀ   ନିଜର ପରି, 

ବିଦେଶୀ ଆସନ୍ତି   ଗାଆଁକୁ ଫେରି ।

ଗୌରାଙ୍ଗ ପ୍ରଭୁଙ୍କ   ନାମକୁ ଧରି, 

ମହା ଆନନ୍ଦରେ    ଦିଅନ୍ତି ସାରି  ।

ପ୍ରଭୁଙ୍କ ନାମକୁ ଗାଅ, 

ମୁଁ ସେହି ଗାଆଁର ପୁଅ ।(2)

ଗାଆଁ ବରଗଛ   ଇସ୍କୁଲ ଚାଟ,

ଛୋଟ ବେଳେ ଯାଇ   ପଢିଛୁ ପାଠ ।

ଖଗେଶ୍ବର ସାର୍     ହେଡ୍ ମାଷ୍ଟର ,

କୁଞ୍ଜ ଦିଦି ପାଠ    କେଡେ ମଧୁର ।

ଗୁଣ ଗାନ ତାଙ୍କ ଗାଅ, 

ମୁଁ ସେହି ଗାଆଁର ପୁଅ ।(2)

ବେହେରା ସାହିର  ଚୁଡା ପାହାର, 

ଆଲାରାମ ପରି    କାମଯେ ତା'ର ।

ଚୁଡା ନେଇ ଆସେ  ଏଣ୍ଡୁଅ ମାଆ, 

ବୋଉ ରଖି ତା'ଠୁ   କହଇ ଖାଆ ।

ସୁଆଦିଆ କେଡେ ଓହୋ, 

ମୁଁ ସେହି ଗାଆଁର ପୁଅ ।(2)


 


Rate this content
Log in

Similar oriya poem from Drama